ଦମାଦୁଆ ସରପଞ୍ଚ ଅଯୋଗ୍ୟ ଘୋଷଣା କଲେ ମୋହନା ଜେଏମଏଫସି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକର ଦମାଦୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସରସ୍ବତୀ ମଲ୍ଲିକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା ଜେଏମଏଫସି । ଗତ ପଞ୍ଚାୟତ ନିର୍ବାଚନରେ ଦମାଦୁଆ ସରପଞ୍ଚ ଭାବେ ସରସ୍ବତୀ ମଲ୍ଲିକ ନିର୍ବାଚନ ହୋଇଥିବାବେଳେ ତାଙ୍କର ଦୁଇରୁ ଅଧିକ ଛୁଆ ଥିବା ଯୋଗୁଁ ତାଙ୍କର ସରପଞ୍ଚ ପଦ ରଦ୍ଦ କରିବା ପାଇଁ ତାଙ୍କ ପ୍ରତିଦ୍ବନ୍ଦୀ କନସି ମାଝୀ ମୋହନା ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ (ଜେଏମଏଫସି) ରେ ଏକ ପିଟିସନ ଦାୟର କରିଥିଲେ । ତେବେ ଦୀର୍ଘ ଦୁଇବର୍ଷ ଘଟଣାକୁ ଅନୁଧ୍ୟାନ କରିବା ପରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କର ଆଜି ଅଦାଲତ ସରସ୍ବତୀ ମଲ୍ଲିକଙ୍କ ସରପଞ୍ଚ ପଦ ରଦ୍ଦ କରିବା ସହ ଅଯୋଗ୍ୟ ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ଏହି ରାୟ ପ୍ରକାଶ ପାଇବା ପରେ ଆବେଦନକାରୀ କନସି ମାଝୀ ଓ ତାଙ୍କ ସମର୍ଥକ ଖୁସି ବ୍ୟକ୍ତ କରିବା ସହ ଖୁବ ଶିଘ୍ର ପୁନଃ ନିର୍ବାଚନ ପାଇଁ ଆଶା ରଖିଥିବା ତାଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ସୁଦର୍ଶନ ସାହୁ ସୁଚନା ଦେଇଛନ୍ତି ।
Related Posts

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ
ବଲାଙ୍ଗିର: ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇ ଲଗ୍ନ!ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣାୟକ…

ଜି.ସି.ଡି ଖେଳ ପଡିଆ ଚଇତି 2024 ର ଉଦଘାଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି
ଜି.ସି.ଡି ଖେଳ ପଡିଆ ଚଇତି 2024 ର ଉଦଘାଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ରାୟଗଡା : ଡିସେମ୍ବର ୨୬ତାରିଖ ରାୟଗଡ଼ ଜିଲ୍ଲା ଲୋକ ମହୋତ୍ସବ ଚଇତି ୨୦୨୪…

ସୁଭଦ୍ରା ଯୋଜନା ବୋଞ୍ଝିତ୍ ମହିଳା ରାସ୍ତା ଅବରୋଧ ।
ସୁଭଦ୍ରା ଯୋଜନା ବୋଞ୍ଝିତ୍ ମହିଳା ରାସ୍ତା ଅବରୋଧ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- କମିନୀ ସୁଭଦ୍ରା ଯନ୍ତଣା । ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ରାସ୍ତା ରୋକ ।…