ଥେରୁବାଲି ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ “ସେନଫେଷ୍ଟ ୨.୦” ଅନୁଷ୍ଠିତ
ରାୟଗଡା : ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ଦ୍ୱିତୀୟ ବାର୍ଷିକୀ ପୂର୍ତ୍ତ ଅବସରରେ “ସେନଫେଷ୍ଟ ୨.୦” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡଃ.ରାଜେଶ କୁମାର ପାଢୀ, ଥେରୁବାଲି ସେଞ୍ଚୁରିଆନ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ପ୍ରତିଷ୍ଠା ମିଶ୍ର, ଉପଦେଷ୍ଟା ଆର ଏସ ପଣ୍ଡାଙ୍କ ସମେତ ମଞ୍ଚରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଦୈନିକ “ସକାଳ’ ଜୟପୁର ସଂସରଣ ମୁଖ୍ୟ ରାକେଶ କୁମାର ପାଢୀ, ମୁଖ୍ୟବକ୍ତା ଭାବେ କୋଲନରା ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଲତା ଜେନା ପ୍ରମୁଖ ମଞ୍ଚାସିନ ଥିଲେ। ସେଞ୍ଚୁରିଆନ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ପ୍ରତିଷ୍ଠା ମିଶ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନିର୍ଦ୍ଦେଶକ ଡଃ.ରାଜେଶ କୁମାର ପାଢୀ ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଶିକ୍ଷାନୁଷ୍ଠାନର ଉନ୍ନତିକରଣ କରିବା ସହ ଆଧୁନିକ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲ୍ଲକିଥିଲା ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ