ଥେରୁବାଲି ମଦ ଦୋକାନ ରୁ ଚୋରି କେଶ ର ପର୍ଦାଫାଶ କରିଛି ପୋଲିସ ଗିରଫ ହେଲେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଙ୍କ ସହିତ ଅନ୍ୟ ତିନି ରାୟଗଡ଼ା : ରାୟଗଡା ଜିଲ୍ଲା ଚାନ୍ଦୀଲି ଥାନା ଅନ୍ତର୍ଗତ ଥେରୁବାଲି ରେଳବାଇ ଷ୍ଟେସନ ରୋଡର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ଗତ 05 ତାରିଖ ରାତି ପ୍ରାୟ 10 ଘଣ୍ଟା 40 ମିନିଟ ସମୟରେ ଚୋରି ଘଟଣା ଘଟାଇ ଥିବା 04 ଜଣ ଚୋରଙ୍କୁ ଗିରଫ କରି ତାଙ୍କ ନିକଟରୁ 02 ଲକ୍ଷ 50 ହଜାର ଟଙ୍କା ଓ ଗୋଟିଏ ବୁଲେଟ ଓ ପିକାଶି ଜବତ କରିଛି ଚାନ୍ଦୀଲି ଥାନା ଅଧିକାରୀ। ଏସ ଡି ପି ଓ ରଶ୍ମି ରଞ୍ଜନ ସେନାପତି ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରି ସେହି ଚୋରି ଘଟଣାର ସୁଚନା ପ୍ରଦାନ କରି କହିଥିଲେ ଯେ ଥେରୁବାଲି ରେଳବାଇ ଷ୍ଟେସନ ରୋଡ ମଦ ଦୋକାନର ମାଲିକ ଅନିଲ କୁମାରଙ୍କ ଅଭିଯୋଗ କୁ ଆଧାର କରି ଚାନ୍ଦୀଲି ଥାନା ଅଧିକାରୀ ଏକ ପୋଲିସ ଦଳ ଗଠନ କରି ତଦନ୍ତ ଚଳାଇ ଥିଲେ। 04 ଜଣ ଚୋର ଚଳିତ ମାସ 05 ତାରିଖ ରାତି ପ୍ରାୟ 10 ଘଣ୍ଟା 40 ମିନିଟ ସମୟରେ ମଦ ଦୋକାନର କର୍ମଚାରୀ ମାନେ ଖାଇବା ପାଇଁ ଯିବା ସମୟରେ ଫିଲ୍ଲିମ ଷ୍ଟାଇଲରେ ପିକାସି ଧରି ବୁଲେଟ ରେ ଆସି ସେମାନେ ପ୍ରଥମେ ମଦ ଦୋକାନର ମୁଖ୍ୟ ଦ୍ୱାରର ତାଲା ଏବଂ ଦୋକନର ପରିସରରେ ଥିବା କ୍ୟାସ ବାକ୍ସର ତାଲାକୁ ଜବରଦସ୍ତ ଭାଙ୍ଗି ଅନଧିକୃତ ପ୍ରବେଶ ହାସଲ କରିଥିଲେ | ଦୋକାନ କ୍ୟାସ ବାକ୍ସରୁ 02 ଲକ୍ଷ 80 ହଜାର ଟଙ୍କା ଲୁଟ କରି ନେଇଥିଲେ। ସେହିମାନେ ହେଲେ ଗେରାପୁଟ ଗ୍ରାମର ଆକାଶ ହିକୋକା, ରମାକାନ୍ତ କୁଲୁଶିକା, ପ୍ରଦୀପ ମେଲେକା, ଶିବା କାଡ୍ରକା ଏହି ମାନ ଙ୍କ ମଧ୍ୟରେ ଅଛନ୍ତି କାର୍ତ୍ତିକାଗୁଡା ପଞ୍ଚାୟତ ର ସମିତି ସଭ୍ୟ ପ୍ରଦୀପ ମେଲେକା । ପୋଲିସ ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ନଗଦ ଦୁଇ ଲକ୍ଷ୍ ପଚାଶ ହଜାର ଟଙ୍କା ଓ ଗୋଟିଏ ପିକାଶି ଓ ଗୋଟିଏ ବୁଲେଟ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ମଦ ଦୋକାନ ମ୍ୟାନେଜର ଅନିଲ କୁମାର ଙ୍କ ଅଭିଯୋଗ କୁ ଭିତ୍ତି କରି ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ ବେହେରା କେଶ ନମ୍ବର 2 ରେ ମାମଲା ରଜୁ କରି ଘଟଣା ର ତଦନ୍ତ କରି ଆସାମୀ ଙ୍କୁ ଧରିବାରେ ସକ୍ଷମ ହୋଇପାରିଥିଲେ ବୋଲି ଦାତା ସମ୍ମିଳନୀ ରେ ରାୟଗଡା ଏସ ଡି ପି ଓ ରଶ୍ମିରଂଜନ ସେନାପତି ସୂଚନା ଦେଇଛନ୍ତି l ଏହି ଖବରଦାତା ସମ୍ମିଳନୀ ଟେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ ବେହେରା, ଥେରୁବାଲି ଫାଣ୍ଡି ଅଧିକାରୀ ଏଚ କେ ମୁଣ୍ଡାରୀ ଓ ଏସ ଆଇ ଆଶୁତୋଷ ସାହୁ ଉପସ୍ଥିତ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ପଦ୍ମପୁର, ସର୍ଗିବାହାଲ ଠାରେ ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୫୧ୟୁନିଟ ରକ୍ତ ସଂଗୃହୀତ।
ପଦ୍ମପୁର, ସର୍ଗିବାହାଲ ଠାରେ ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୫୧ୟୁନିଟ ରକ୍ତ ସଂଗୃହୀତ। ତା-୦୯.୦୯.୨୦୨୪(ସୋମ ବାର)ପଶ୍ଚିମ…
ବଳାତ୍କାର ଅଭିଯୁକ୍ତ ଗିରଫ।
ବଳାତ୍କାର ଅଭିଯୁକ୍ତ ଗିରଫ। ଗଞ୍ଜାମ:ଦିଗପହଣ୍ଡି ଥାନା ଅର୍ନ୍ତଗତ ମହୁଡା ଗ୍ରାମର ଶିବାନନ୍ଦ ସାହୁ ନାମକ ଜଣେ ଯୁବକ ଚେନ୍ନାଇ ରେ କାମ କରୁଥିବା ବେଳ ଯାଜପୁର ଅଞ୍ଚଳର…
ଅତିରିକ୍ତ ଜିଲ୍ଲା ପାଲଙ୍କୁ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ
ଅତିରିକ୍ତ ଜିଲ୍ଲା ପାଲଙ୍କୁ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ ସ୍ବାସ୍ଥ୍ୟ ହିଁ ସଂପଦ। ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ବାସ୍ଥ୍ୟର ସୁଧାର ଆସିଥାଏ ।ଏଥିପାଇଁ ତ ସରକାର…