ଥୁଆପାଲି ଧନୁଯାତ୍ରା ମହୋତ୍ସବର ନବମ ଦିବସରେ ଦର୍ଶକ ଦିନ କୁ ଦିନ ବଢିବାରେ ଲାଗିଛି।
ବରଗଡ଼ ୨୪,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଚାଲିଥିବା ନବମ ଦିବସରେ କଂସ ଦରବାରରେ ରଂଗସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ଦେଶର ରାଜାମାନେ ଆସି ଯୋଗଦାନ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ ରଂଗ ସଭା ବିଫଳ ହୋଇଥିଲା। ଏହା ପରେ ମହାରାଜ କଂସ ରଂଗସଭା ବିଫଳତା ନେଇ ମହାରାଜ କଂସ ଚିନ୍ତିତ ଥିବା ବେଳେ ମହର୍ଷି ନାରଦ ପୁଣି ଧନୁଯାତ୍ରା ଆୟୋଜନ କରି ଶ୍ରୀକୃଷ୍ଣ ଓ ବଳରାମ ଧନୁଯାତ୍ରା ଦେଖିବାକୁ ଡକାଇ ମାରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ପରେ ଗୋପପୁର କୁ ଅକୁର ଙ୍କୁ ପଠାଇ ଯୋଜନା କରିଥିଲେ। କଂସ କଂ ଚିଟାଉ ନେଇ ମଥୁରାନଗରୀ ରୁ ଗୋପପୁର ଗମନ କଲେ।କଂସ ମହାରାଜ ନିମନ୍ତ୍ରଣ କ୍ରମେ ଶଶୁ କଳାକାର ଝରାପାଲି, ଚାରପାଲି ର ରୋଜା ଭୋଇ, ଝିଲିମିଣ୍ଡାର ସଂଚିତା ମେହେର ନୃତ୍ୟ, ପରିବେଷଣ କରିଥିଲେ।ଏହି ସମୟରେ ବୈଦିକ ଇନ୍ଟରନ୍ୟାଶନାଲ ବିଦ୍ୟାଳୟ ବରଗଡ ର ଛାତ୍ରୀମାନେ ସଂବଲପୁରୀ ନାଟକ ଅଭିନବ ଉପାୟରେ ଗ୍ରୁପ୍ ଡାନ୍ସ ପରିବେଷଣ କରିଥିଲେ। ବିଦ୍ୟାଳୟର ଡାନ୍ସ ଡାଇରେକ୍ଟର ଶିକ୍ଷକ ପ୍ରିତମ କୁମ୍ଭାର ଓ ବିଦ୍ୟାଳୟର ଜନ ସମ୍ପର୍କ ଅଧିକାରୀ ଗୋବିନ୍ଦ ପ୍ରଧାନ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଦର୍ଶକ ମାନଙ୍କୁ ବିମୋହିତ କରି ପ୍ରଶଂସା ଭାଜନ ହୋଇପାରିଥିଲେ। ଏହି ଅବସରରେ କଂସ ମହାରାଜ (ଶ୍ରୀମାନ ଗୋପାଳ ପଣ୍ଡା) ନୃତ୍ୟ ପରିବେଷଣ କରିଥିବା କଳାକାର ମାନଙ୍କର ଉଜ୍ଜଲ ଭବିଷ୍ୟତ କାମନା କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ।ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ଉପଭୋଗ କରିଥିଲେ। ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଅନିରୁଦ୍ଧ ସାହୁ, ଉପସଭାପତି ଜୀତେନ୍ଦ୍ର ପୋଢ ଓ ସଂପାଦକ ତ୍ରିଦିପ ସାହୁ ଓ ବିଭିନ୍ନ କମିଟି ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।