ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ଚାଲିଥିବା ସପ୍ତମ ଦିବସରେ ଷଡମଲ୍ଲ ନିହତ ଖବର ପାଇ କଂସ ବିଚଳିତ ହୋଇ ମର୍ମାହତ ହୋଇ ଥିଲେ।। ବରଗଡ ୨୦,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ର ସପ୍ତମ ଦିବସରେ ମହାରାଜ କଂସ ମଥୁରାନଗରୀ ପରିଭ୍ରମଣ କରି ଥିଲେ ଓ ପ୍ରଜା ମାନକଂ ସୁଖଦୁଃଖ ବୁଝି ଥିଲେ। ଯେଉଁ ମାନେ ଶୃଙ୍ଖଳା ଭଂଗ କରୁଥିଲେ ଅର୍ଥ ଦଣ୍ଡିତ କରିଥିଲେ। ରାଜ ଦରବାରରେ ଷଡମଲ୍ଲ ନିହତ ଖବର ପାଇ କଂସ ବିଚଳିତ ହୋଇ ମର୍ମାହତ ହୋଇଥିଲେ। ଏହାପରେ ମନ୍ତ୍ରୀ ପରିଷଦ ବୈଠକ ରେ ନାରଦ କଂ ପରାମର୍ଶ କ୍ରମେ ରାଣୀ ପଦ୍ମାବତୀ ଯଦି ଧନଶ୍ରୀ ଓଷା କରିବେ, କଂସ ମହାରାଜ କଂ ସମସ୍ତ କାର୍ଯ୍ୟ ସଫଳହେବ। ଉକ୍ତ ଓଷା ରେ ୧ଲକ୍ଷ ପଦ୍ମଫୁଲ ଲାଗିବ। ଉକ୍ତ ପଦ୍ମଫୁଲ କେବଳ ଗୋପପୁର କାଳନ୍ଦି ହ୍ରଦ ମିଳିବ। ପଦ୍ମଫୁଲ ଶ୍ରୀକୃଷ୍ଣ ଓ ବଲରାମ ତୋଳିବାକୁ ଯିବେ, ସେଠାରେ କାଳୀୟ ନାଗ ଶ୍ରୀକୃଷ୍ଣ ଓ ବଲରାମ କୁଂ ଦଂଶନ କରିବେ, ସେଠାରେ ଉଭୟ କଂ ମୃତ୍ୟୁ ସୁନିଶ୍ଚିତ। ଏହି କୁଟିଳ ଚକ୍ରାନ୍ତ କଂସ ଓ ନାରଦଙ୍କ ମଧ୍ଯ ଆଲୋଚନା, ପରେ ନନ୍ଦରାଜ ନିକଟକୁ କଂସ ଚିଟାଉ ପ୍ରେରଣ କରିଥିଲେ। କଂସ ସହିତ ଜରାଷଣ୍ଢ ଯୁଦ୍ଧ ହୋଇଥିଲା, ଏଥିରେ ଜରାଷଣ୍ଢ ପରାସ୍ତ ଓ କଂସ ଜରାଷଣ୍ଢ ର ଦୁଇ ଝିଅ ହେତୀଓ ପ୍ରହେତୀ ବିବାହ କରିଥିଲେ।ଆଜି ରାଜଦରବାରରେ କଂସ ମହାରାଜ ନିମନ୍ତ୍ରୀତ ଅତିଥି ଭାବେ ବରଗଡ ଜିଲ୍ଲା ଭେଡେନ ମନୋହର ସାଂସ୍କୃତିକ ସଂସଦ ର ସଭାପତି ତଥା ଭାଷାବିତ୍ ଉତ୍ପନ୍ନ କୁମାର ଭୋଇ, ବରଗଡ ସଂଯୁକ୍ତ କୃଷକ ସଙ୍ଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଓ ବିଶିଷ୍ଟ କବି ଲକ୍ଷ୍ମଣ ମଲ୍ଲିକ ନିଜସ୍ବ କବିତା ଆବୃତ୍ତି କରି ଦର୍ଶକଙ୍କର ମନମୁଗ୍ଧ କରିଥିଲେ । ଅତିଥି ମାନେ ଯୋଗ ଦେଇ କଂସ ରାଜଦରବାର ସମ୍ମାନ ବୃଦ୍ଧି କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ, ଧନୁଯାତ୍ରା କମିଟି ସଭାପତି ଅନିରୁଦ୍ଧ ସାହୁ। ଧନୁଯାତ୍ରା ରେ ହାଜର ହଜାର ସଂଖ୍ୟାରେ ଦର୍ଶକମାନେ ଧନୁଯାତ୍ରା ମହୋତ୍ସବ ଉପଭୋଗ କରିଥିଲେ।
Related Posts
୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ ଛୁଟି
୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ ଛୁଟି ଭୁବନେଶ୍ୱର: ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ସ୍କୁଲ, କଲେଜ ଛୁଟି…
କାଶୀପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ
କାଶୀପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା : କାଶୀପୁର ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ…
ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଉସୁର ତହସିଲ ଅନ୍ତର୍ଗତ ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି କରିଛନ୍ତି।…