ତ୍ରିଦେବ ନଗର ବସ୍ତିରେ ୧୬ ତମ ମାଁ ବ୍ରାହ୍ମଣୀଦେବୀଙ୍କ ବାର୍ଷିକ ଉତ୍ସବ ପାଳିତ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ ପୈରପରିଷଦ ଓ୍ୱାର୍ଡ ନମ୍ବର୍ ଏଗାର ତ୍ରିଦେବ ନଗର ବସ୍ତିରେ ମାଁ ବ୍ରାହ୍ମଣୀଦେବୀ ଙ୍କ ୧୬ ତମ ନବ ବର୍ଷ ଉପଲକ୍ଷେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ମାଁ ବ୍ରାହ୍ମଣୀଦେବୀ ଙ୍କ ବରିଷ୍ଠ ପୂଜକ ଦିଲ୍ଲୀପ୍ କୁମାର ଦଳବେହେରା ଙ୍କ ନିର୍ଦେଶନାରେ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ଆଇନ ଜୀବି ଭଗବାନ ମହାନ୍ତି ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ସେହିପରି ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ଅଜିତ କୁମାର ପଟ୍ଟନାୟକ, ମିଡ଼ିଆ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ସାମ୍ବାଦିକ କୁନା ଦିଗାଲ ଙ୍କୁ ସମ୍ନାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା l ମୂଖ୍ୟ ଅତିଥିଙ୍କ କମିଟି କର୍ମକର୍ତ୍ତା ଙ୍କ ତରଫରୁ ପ୍ରଥମେ ମୂଖ୍ୟ ଅତିଥି ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ତା ସହିତ ମାଁ ବ୍ରାହ୍ମଣୀଦେବୀଙ୍କ ପାଖରେ ପୂଜକ ଦିଲ୍ଲୀପ କୁମାର ଦଳବେହେରା ଅତି ସୁନ୍ଦର ଭାବେ ମାଁଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଟିକୁ ତ୍ରିଦେବ ନଗର ବସ୍ତିର ଶୃଙ୍ଖଳିତ କମିଟି କର୍ମକର୍ତ୍ତା ଆବାହକ ବିରାଜ କୁମାର ପ୍ରଧାନ ସଭାପତି ପ୍ରକାଶ ଚନ୍ଦ୍ର ପାଢି, ସମ୍ପାଦକ ଚନ୍ଦ୍ରମଣି ଦେହୁରୀ, କୋଷାଧ୍ୟକ୍ଷ ସୁନିଲ କୁମାର ଦିଗାଲ, ପ୍ରକାଶ ବଗାର,ତାରାବତୀ ମାଝି, ବର୍ଷା ବିନ୍ଧାଣି, ସୁକାନ୍ତି କହଁର,ଅନ୍ତିମା ପ୍ରଧାନ, ଲଳିତା କହଁର, ପ୍ରତିମା ସାହାଣୀ ମାଧବ ଦିଗାଲ ଏବଂ ବସ୍ତିର ଶୃଙ୍ଖଳିତ ପରିବାର ସଦସ୍ୟ ସଦସ୍ୟା ବୃଦ୍ଧ ଉପସ୍ଥିତ ରହି ମାଁ ବ୍ରାହ୍ମଣୀଦେବୀ ଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ସହିତ ବସ୍ତିର ଉନ୍ନତି କରଣ ନିମନ୍ତେ ମାଁ ବ୍ରାହ୍ମଣୀଦେବୀ ଙ୍କ ପାଖରେ କାମନା କରିଛନ୍ତି l