ତେଲୁଗୁ ନୂତନ ବର୍ଷ ଉଗାଦୀ ପାଳନ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ
ରାୟଗଡା : ରାୟଗଡା ସହର ରେ ଜ଼ିଲ୍ଲା ସ୍ତରୀୟ ତେଲୁଗୁ ସମ୍ପ୍ରଦାୟ ର ନୂତନ ବର୍ଷ ଉଗାଦୀ ପାଳନ ନିମନ୍ତେ ରାୟଗଡା ଟ୍ରକ ମାଲିକ ସଙ୍ଘ ର ସଭାପତି, ବରିଷ୍ଠ ବିଜେପି ନେତା ତଥା ସମାଜସେବୀ କୋଣ୍ଡା ବାବୁ ଙ୍କ ରିଙ୍ଗ ରୋଡ ଠାରେ ଅବସ୍ଥିତ କାର୍ଯ୍ୟାଳୟ ଠାରେ ଆଗାମୀ ଉଗାଦୀ ଉତ୍ସବ ପାଳନ ନିମନ୍ତେ ଉତ୍କଳ ସାମୁଖ୍ୟ ତେଲୁଗୁ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ସେଥିଅନୁଯାଇ ଆଜି ତେଲୁଗୁ ନୂତନ ବର୍ଷ ଉଗାଦି ପାଳନ ଉପଲେକ୍ଷେ, ରାୟଗଡ଼ା ଜିଲ୍ଲା ଉତ୍କଳ ତେଲୁଗୁ ପକ୍ଷରୁ ୟାଲ୍ଲା କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ରାୟଗଡ଼ା ନିକଟସ୍ଥ କୋଲିଗୁଡ଼ା ପଡିଆ ରେ ଆଜି ବିଭିନ୍ନ ବର୍ଗର ବରିଷ୍ଠ ବ୍ୟକ୍ତିବିଶେଷ ଯଥା କାଶୀ ନାଇଡୁବିଜେପି ଜ଼ିଲ୍ଲା ସଭାପତି ଏମ ଗୋପୀଆନନ୍ଦ, ,ଲକ୍ଷ୍ମଣରାଓ,ପି.ଗୌରୀ,ଧବଳେଶ୍ଵର ନାଇଡୁ, ୱାଇ ମଧୁସୂଦନ ରାଓ, ଶ୍ରୀଧର କେ,ଚନ୍ଦ୍ର ମୌଉଲି କୁମନ୍ଦନ, ରାଘବ କୁମୁନ୍ଦନ, ଚିଟି କୁମୁନ୍ଦନ, ଶିଳା ଜଗନାଧମ, ଆମରନାଥ କୁମୁନ୍ଦନ,ଆନନ୍ଦ ପତ୍ରୁଡୁ, ଜି ଗୌରୀ ଶଙ୍କର (ଜିଜି), ଡି.ପୃଥିବୀ ,ନିମୁ ମୁଞ୍ଜେଟି, କେ ଶ୍ରୀନିବାସ,ମନି ରତ୍ନମ ଓ ଗୋପୀ ଆନନ୍ଦ ପ୍ରମୁଖ ଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ନେତା କର୍ମୀ, ଟ୍ରକ ମାଲିକ ସଙ୍ଘ o କର୍ମଚାରୀ ସଙ୍ଘ ର କର୍ମକର୍ତା, ବିଭିନ୍ନ ଅନୁଷ୍ଠାନ ର ବ୍ୟକ୍ତି ବିଶେଷ, ମାନବଧିକାର କର୍ମୀ ଙ୍କ ସହିତ ସହ ସହ ସଂଖ୍ୟାରେ ଉପସ୍ଥିତି ରେ ମହାସମାରୋହରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଏହି ଉତ୍ସବ ରେ ତେଲୁଗୁ ସମ୍ପ୍ରଦାୟର ଅନେକ ମହିୟସି ମହିଳା ଉପସ୍ଥିତ ରହି ଉତ୍ସବ କୁ ସଫଲ୍ୟ ମଣ୍ଡିତ କରିଥିଲେl ରାୟଗଡା ସହର ହେଉଛ ଏକ ଭାଈ ଚାରା ର ସହର ଏହି ଠାରେ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ର ଲୋକେ ବସବାସ କରନ୍ତି ଉଭୟେ ଉଭୟ ଙ୍କ ପର୍ବ ପର୍ବାଣୀ ମିଳିତ ଭାବେ ପାଳନ କରନ୍ତି ବୋଲି ଗୋପୀ ଓ କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ l କେତେକ ବ୍ୟକ୍ତି ନିଜର ଫାଇଦା ନିମନ୍ତେ ଏହି ଉତ୍ସବ କୁ ପାଳନ କରୁଥିଲେ କିନ୍ତୁ ଆମେ ଉଭୟ ତେଲୁଗୁ ଓ ଓଡ଼ିଆ ସମ୍ପ୍ରଦାୟ ର ବ୍ୟକ୍ତି ଙ୍କ ସହଯୋଗ ରେ ଦୀର୍ଘ ଦୁଇ ବର୍ଷ ଧରି ଆମେ ତେଲୁଗୁ ନୂତନ ବର୍ଷ ଉଗାଦୀ ଓ ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ମୋହା ଆଡମ୍ବର ରେ ପାଳନ କରିଆସୁଛୁ l ଠିକ ଏହି ବର୍ଷ ମଧ୍ୟ୍ୟ ଉଗାଦୀ ଓ ପରେ ପରେ ଓଡ଼ିଆ ନବ ବର୍ଷ ପାଳନ କରିବା କୁ ଯାଉଛୁ ବୋଲି କୋଣ୍ଡା ବାବୁ ଓ କାଶୀ ନାଇଡ଼ୁ କହିଛନ୍ତି l.ରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ