ତିବତୀୟ ଙ୍କ 60 ବର୍ଷ ପୂର୍ତ୍ତି ଉତ୍ସବ ଉଦଯାପିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲଜ ପାଞ୍ଚଆମ୍ବ ତିବତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚନ୍ଦ୍ରଗିରି ରେ ତିବତୀୟ ଙ୍କ 60 ବର୍ଷ ପୂର୍ତ୍ତି ଉପଲକ୍ଷେ ଡାଇମଣ୍ଡ ଜୁବୁଲି ଉତ୍ସବ ଉଦଯାପିତ ହୋଇଯାଇଛି l ସୋମବାର ଠାରୁ ଚନ୍ଦ୍ରଗିରି ତିବତୀୟ ସେଟେଲମେଣ୍ଟ ଅଧିକାରୀ ଖେଂପୋ ପେମା ଆମଫେଲ ଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବ ମଙ୍ଗଳବାର ଉଦଯାପନୀ ଦିବସରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବି, ଗଜପତି ଉପ ଜିଲ୍ଲାପାଳ ଅନୁପ ପଣ୍ଡା ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ଦାସ ଯୋଗଦେଇଥିଲେ l ଉତ୍ସବର ପ୍ରଥମ ଦିନରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ଇଣ୍ଡିଆନ କମର୍ଶ ଚାମ୍ବର ସଭାପତି ରାଜୀବ ସାହୁ, ତିବତୀୟ ଗୁରୁ ନାମଖା ରିଂପଛେ, ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଜିଗମେ ରିଂପଛେ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ବହୁ ତିବତୀୟ ପ୍ରତିନିଧି ଯୋଗଦେଇଥିଲେ l ଏହି ଅବସରରେ ତିବତୀୟ ଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l
Related Posts

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବରଗଡ ୨୯,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଥୁଆପାଲି ର ଖବରକାଗଜ ବିତରକ ଶୁକ୍ରୁ ଭୂଏ…

ଟିକାବାଲି ମା ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଏବିଭିପି ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ
ଟିକାବାଲି ମା ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଏବିଭିପି ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ କନ୍ଧମାଳ :- (କୁନା ଦିଗାଲଙ୍କ ରିପୋର୍ଟ ) ଅଖିଳ ଭାରତୀୟ ବିଦ୍ୟାର୍ଥୀ…

କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳା ବାଧାପ୍ରାପ୍ତ ହୋଇଛି ।
ମାଲବାହୀ ଟ୍ରେନ୍ ଇଞ୍ଜିନ୍ ଲାଇନ୍ଚ୍ୟୁତ । ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନ୍ର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳରେ ଟ୍ରାକ୍ରୁ କିଛି ଅଂଶ ଖସିଯାଇଛି। ଟ୍ରକ୍…