ତିନି ମାସହେଲା ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ଶୁଣୁ ନାହିଁ ପ୍ରଶାସନ

ତିନି ମାସହେଲା ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ ଅଭିଯୋଗ ପରେ ମଧ୍ୟ ଶୁଣୁ ନାହିଁ ପ୍ରଶାସନ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରି ଲୋକ ମାନଙ୍କ ସୁବିଧା ପାଇଁ ବସୁଧା ଯୋଜନାରେ ଘର କୁ ଘର ପାଣି ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ କିଛି ଅଞ୍ଚଳ ପ୍ରଶାସନ ଅବହେଳା କାରଣରୁ ଗ୍ରାମବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ ୧୧ ନଂ ୱାର୍ଡ଼ କାମଟଣା ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମକୁ ବସୁଧା ଯୋଜନାରେ ଆସିଥିବା ପାଣି ପାଇପ୍ ଫାଟି ଥିବାରୁ ପାଣି ପାଇପାରୁ ନାହାନ୍ତି ସେଥିପାଇଁ ସରପଞ୍ଚ , ସମିତି ସଭ୍ୟ ଓ ବିଡ଼ିଓ, ଜେଇଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି ମରାମତି ହୋଇ ପାରୁନାହିଁ । ଆଜକୁ ତିନିମାସ ହେବ ଅଭିଯୋଗ ପରେ ମଧ୍ୟ କାମ ହେଉନି । ଏଥିପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମର ବଳଭଦ୍ର ଦିଗାଲ, ମନୋଜ ଦିଗାଲ,ମଳୟ ଦିଗାଲ, ପ୍ରଦୀପ ସାହୁ, ଶୁକଦେବ କହଁର, ପ୍ରଦୀପ କହଁର ଦାବି କରିଛନ୍ତି । ଏହି ବିଷୟରେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଜେଇଙ୍କୁ ବାରମ୍ବାର ଅବଗତ କରିଛୁ କିନ୍ତୁ ମୁଁ ପାଇପ୍ ଓ ଲୋକ ପଠାଇବି ବୋଲି କହୁଛନ୍ତି କିନ୍ତୁ ଆସୁନାହାନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *