ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପ୍ରାଥମିକ ବାଳିକା ବିଦ୍ୟାଳୟ ଠାରେ ତିନି ଜଣ ଭିନ୍ନକ୍ଷମ ଶିକ୍ଷୟିତ୍ରୀ ଅଛନ୍ତି,ଏଠାରେ ମୋଟ ୮୫ ଛାତ୍ରୀ ବିଦ୍ୟାଳୟ ପାଠ ପଢୁଛନ୍ତି। ଶିକ୍ଷୟିତ୍ରୀ ବାସନ୍ତୀ ଦୁଆନ ୧୨ବର୍ଷ ହେବ ଶିକ୍ଷା ଦାନ କରିଆସୁଛନ୍ତି, ସେଥିମଧ୍ୟରୁ ୭ବର୍ଷ ହେବ ଭାରତପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ଭିନ୍ନକ୍ଷମ ହୋଇଥିବାରୁ ବିଦ୍ୟାଳୟର ଅଫିସ କାମ, ଛାତ୍ରୀ ମାନକଂ ମଧ୍ୟାହ୍ନ ଭୋଜନ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଶିକ୍ଷୟତ୍ରୀ ବାସନ୍ତୀ ଦୁଆନ କୁଂ ନିଜ ଘର ଠାରୁ ୨୦/୨୫ କିମି ଯିବା ଆସିବା କରୁଥିବାରୁ ଅନ୍ୟ ସାହାରା ନେବାକୁ ପଡୁଛି।ଶିକ୍ଷୟତ୍ରୀଙ୍କ ନିଜ ଘର ପାଖାପାଖି ବଦଳି କରାଗଲେ, ତାକଂର ସୁବିଧା ହେବ,ପୁରୁଷ ଶିକ୍ଷକ ଦେଲେ ବିଦ୍ୟାଳୟର ତଥା ଶିକ୍ଷାଦାନ ଓ ଅନ୍ୟାନ୍ୟ ଅଫିସ କାର୍ଯ୍ୟ, ଛାତ୍ରୀ କଂ ମଧ୍ୟାହ୍ନ ଭୋଜନ ପାଇଁ ସୁବିଧା ଉପଲବ୍ଧ ହେବ। ଭେଡେନ ବ୍ଲକ ଶିକ୍ଷା ଅଧିକାରୀ, ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।
Related Posts
କୋର୍ଟ ଛାତରୁ ଡେଇଁ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ |
ଝାରସୁଗୁଡ଼ା: କୋର୍ଟ ଛାତରୁ ଡେଇଁ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ | କୋର୍ଟର ଦ୍ବିତୀୟ ମହଲାରୁ ଡେଇଁ ପଡ଼ିଲେ ବିଚାରାଧୀନ ବନ୍ଦୀ!ଗୁରୁତର ଅବସ୍ଥାରେ ସଂପୃକ୍ତ ବନ୍ଦୀ ଜିଲ୍ଲା…
ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ ।
ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ । ଗଜପତି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା,ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର…
ଅନୁପୁରରେ ହୀରକ ଜୁବିଲି ଉତ୍ସବ ପାଳନ
ଅନୁପୁରରେ ହୀରକ ଜୁବିଲି ଉତ୍ସବ ପାଳନ ନୁଆଗଡ (ମନୋଜ କୁମାର ପାଢୀ/୧୩/୬:- ଉତ୍ସବ ମୁଖରରେ ଗ୍ରାମ ବାସି।ମହା ଆଡ଼ମ୍ବର ସହକାରେ ପାଳନ କଲେ ହୀରକ ଜୁବିଲି। ଗଜପତି…