ତାବରଡା ଗ୍ରାମ ପଞ୍ଚାୟତ ବସଷ୍ଟାଣ୍ଡ ନିର୍ମାଣରେ ବଡ଼ ଦୁର୍ନୀତି, ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ।

ତାବରଡା ଗ୍ରାମ ପଞ୍ଚାୟତ ବସଷ୍ଟାଣ୍ଡ ନିର୍ମାଣରେ ବଡ଼ ଦୁର୍ନୀତି, ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ।

ଆର,ଉଦୟଗିରି (ମନୋଜ କୁମାର ପାଢୀ)-:ରାଜ୍ୟରେ ଲକ୍ଷ୍ମୀ ବସ୍ ପ୍ରଚଳନ ପରେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ବଡ଼ ଦୁର୍ନୀତି ଏବେ ପଦାକୁ ଆସିଛି କହିଲେ ଭୁଲ ହେବ ନାହିଁ । ପୂର୍ବ ସରକାର ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ରହି ଯାତ୍ରୀ ମାନଙ୍କ ସୁରକ୍ଷା ଓ ସ୍ୱାର୍ଥ ଦୃଷ୍ଟିକୁ ଗୁରୁତ୍ଵ ଦେଇଥିଲେ ହେଲେ କିଛି ଭ୍ରଷ୍ଟ ଏବଂ ଦୁର୍ନୀତିଖର୍ ଅଧିକାରୀ ପୂର୍ବ ସରକାରଙ୍କ ଠାରୁ ଲୁଟି ନେଇଛି ଲକ୍ଷ ଲକ୍ଷ ଟଙ୍କା ଯାହା ନିମ୍ନ ମାନର ନିର୍ମାଣ କାର୍ଯ୍ୟରୁ ଜଣା ପଡୁଛି । ଏଭଳି ଦୁର୍ନୀତି ଗନ୍ଧ ବାହାରିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅଧିନସ୍ତ ତାବରଡ଼ା ଗ୍ରାମ ପଞ୍ଚାୟତର ଯାତ୍ରୀ ବିଶ୍ରାମଗାର, ନିମ୍ନ ମାନରେ କାର୍ଯ୍ୟ କରି ବିନା ଫଳକରେ ରଙ୍ଗ ବୋଳି ନୂତନ ବସଷ୍ଟାଣ୍ଡ୍ ର ନାମକରଣ କରାଯାଇଛି। ସାଧାରଣ ଜନତାଙ୍କ ଟିକସ ଟଙ୍କାରେ ସରକାର ଜନସାଧାରଣଙ୍କ ଉନ୍ନତି ନିମନ୍ତେ ନିଃସ୍ଵାର୍ଥପର ଭାବେ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି ହେଲେ କେତେ ଟଙ୍କା ଖର୍ଚ୍ଚରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରାଯାଉଛି ତାହା ଜନତା ଜନାର୍ଦନ ଜାଣିପାରୁ ନାହାନ୍ତି । ନୂତନ ବସଷ୍ଟାଣ୍ଡ୍ ନିର୍ମାଣ ହୋଇ ଅଳ୍ପ ଦିନ ମଧ୍ୟରେ ବସଷ୍ଟାଣ୍ଡ ଚାରି ପାଖରେ ଥିବା ପାଚେରୀ କାନ୍ଥ ଫାଟିଲାଣି ଏବଂ ଯାତ୍ରୀ ବସିବା ସ୍ଥାନରେ ମଧ୍ୟ ସେହି ସମାନ ଅବସ୍ଥା କେତେବେଳେ କେଉଁ ଯାତ୍ରୀ ମାନଙ୍କ ଉପରେ ବର୍ଷାରେ କାନ୍ଧ ଭୁସୁଳି ପଡି ଧନ ଜୀବନ ନଷ୍ଟ ହେବ ତାହା କେବଳ ଭଗବାନ୍ ହିଁ ଜାଣନ୍ତି । ବସ୍ ଷ୍ଟପ୍ କଥା ଉଠିବାରୁ ଗାଁ ଗାଁର ଛକ ଛକରେ ଥିବା ଯାତ୍ରୀ ବିଶ୍ରାମଗାରକୁ ରୂପାନ୍ତରିତ କରିବା ନାମରେ ସାଧାରଣ ଲୋକଙ୍କୁ ସମର୍ପି ଦିଆଗଲା । ଲୋକ ବି ଭାରି ଖୁସି କିଛି ନ ହେଲେ ବି ପଡ଼ି ରହିଥିବା ଜାଗା କିଛି କାମକୁ ଆସିଲା । କିନ୍ତୁ ନାମରେ ଆସିଲା ସିନା ହେଲେ କାମରେ ନୁହେଁ ବରଂ ବସଷ୍ଟାଣ୍ଡ୍ ନାମରେ ଅର୍ଥର ଅପବ୍ୟବହାର କରି ସଠିକ୍ ଭାବରେ ଅର୍ଥକୁ ବ୍ୟବହାର କରାଯାଇନଥିବା ନିର୍ମାଣ କାମରୁ ଜଣାପଡୁଛି । ଏହି ଦୁର୍ନୀତିର ଗନ୍ଧ ଏବେ ପଦାକୁ ଜଳ ଜଳ ହୋଇ ଦେଖାଯାଉଛି। ସାଧାରଣତଃ ଯାତ୍ରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାନୀୟଜଳ ଭଳି ଆନୁସଙ୍ଗିକ ସମସ୍ତ ସୁବିଧା ରହିବା ଆବଶ୍ୟକ, ହେଲେ ଏହି ବିଶ୍ରାମଗାରରେ ସେହି ଭଳି କୌଣସି ସୁବିଧା ନାହିଁ । ଏହି ଦୁର୍ନୀତିର ଗନ୍ଧ ଯେମିତି ଆଗକୁ ଆସିଛି ଏହାର ମୁକାବିଲା କରିବାକୁ ନୂତନ ସରକାର ଅବା ଜିଲ୍ଲା ପ୍ରଶାସନ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା, ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟର ନିରପେକ୍ଷ ତଦନ୍ତ ନକରି ଚୁପ୍ ହୋଇ ବସି ରହନ୍ତି, ତା ହେଲେ ଆଗାମୀ ଦିନରେ ଜାତୀୟ ମାନବାଧିକାର ରକ୍ଷକ କାର୍ଯ୍ୟ କର୍ତ୍ତା ଶ୍ରୀ ସପନ କୁମାର୍ ଗାନାୟକ ଲୋକ ସୂଚନା ଅଧିକାର ଆଇନ ବଳରେ ନିର୍ମାଣ କାର୍ଯ୍ୟର ତଥ୍ୟ ସଂଗ୍ରହ କରି ଦୁର୍ନୀତି ନିର୍ବାରଣ ଅଧିକାରୀଙ୍କୁ ଅବଗତ କରାଇ ଦୁର୍ନୀତି ଅଧିକାରୀଙ୍କୁ କାଠଗଡ଼ାକୁ ଟଣାଯିବ ବୋଲି ଗଣ ମାଧ୍ୟମକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *