ଡେଙ୍ଗାସଖାଳ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୩/୧/୨୫ -ଆଜି ଗଜପତି ଜିଲ୍ଲା ମୋହନା ବ୍ଲକ ଡେଙ୍ଗାସଖାଳ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି, ଏହି ଶୁଣାଣିରେ ଅଂଚଳର ମୋଟ 106ଟି ଦରଖାସ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଥିବାବେଳେ ତାମଧ୍ୟରୁ 54ଟି ବ୍ୟକ୍ତିଗତ ଓ 52 ଟି ସାମୁହିକ ଅଭିଯୋଗଥିଲା, ଏବଂ 2 ଦରଖାସ୍ତକୁ ଶୁଣାଣିରେ ହିଁ ସମାଧାନ କରାଯାଇଥିଲା, ଜିଲ୍ଲା ସମସ୍ତ ଅଧିକାରୀମାନେ ଏହି ଶୁଣାଣିରେ ଯୋଗଦେଇଥିଲେ ଏହି ଅଭିଯୋଗରେ ଶୁଣାଣିରେ ମୁଖ୍ୟ ଅଭିଯୋଗ ଗୁଡିକ ହେଲା ଅଂଚଳର ରାସ୍ତାଘାଟ, ପାନୀୟଜଳ, ନେଟୱାର୍କ ଇତ୍ୟାଦି । ଏହି ଶିବିରରେ ବିଡିଓ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡିଓ ଉପସ୍ଥିତ ଥିବା ବେଳେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ ପଟ୍ଟନାୟକ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କ ଅଭିଯୋଗର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଥିବା ପ୍ରକାଶ।
Related Posts

+3 Student Wrongly Declared As ‘Fail’
he Orissa High Court’s decision to grant ₹5 lakhs compensation to a +3 student who was wrongly declared as ‘fail’…

ବରଗଡ ଜିଲ୍ଲା ଅତାବିରା ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଗଠନ (ଏଲୁମିନି) ର ପ୍ରଥମ ବୈଠକ
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଗଠନ (ଏଲୁମିନି) ର ପ୍ରଥମ ବୈଠକ : ବରଗଡ ଜିଲ୍ଲା ଅତାବିରା ଏନଏସି…

ଟିକାବାଲି ବଜାର ଅଞ୍ଚଳର ଡ୍ରେନଜକୁ ପରିଷ୍କାର ପାଇଁ ପ୍ରଶାସନର ନଜର ପଡ଼ିବ କେବେ?
ଟିକାବାଲି ବଜାର ଅଞ୍ଚଳର ଡ୍ରେନଜକୁ ପରିଷ୍କାର ପାଇଁ ପ୍ରଶାସନର ନଜର ପଡ଼ିବ କେବେ?….. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଟିକାବାଲି ଗ୍ରାମପଞ୍ଚାୟତ ନିକଟସ୍ଥ ଟିକାବାଲି…