ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଏସଡିସିସି ବ୍ଯାଙ୍କ ରୁ ପ୍ରଶାନ୍ତ କର୍ମୀ, ବୟସ ୩୭,ପିତା – ତରଣୀ କର୍ମୀ ଗ୍ରାମ- ମେହେନା ଗତ ୧୫,୧,୨୫ ଦିନ ୪.୩୦ ନିଜ ଧାନ ବିକ୍ରି ର ପ୍ରାପ୍ୟ ପ୍ରାୟ ଏକଲକ୍ଷ ଟଙ୍କା ବାଇକ ରଖି ଆସୁଥିବା ବେଳେ ଭେଡେନ ଠାରେ କିଛି ଜିନିଷ କିଣିବାକୁ ଯାଇ ଫେରି ଦେଖିଲା ବେଳକୁ ତାକଂର ଡିଗି ରୁ କେହି ଦୁର୍ବୃତ୍ତ ଟଂକା ନେଇ ଯାଇଥିଲା। ଫଳରେ ଭେଡେନ ଥାନା ରେ ଅଭିଯୋଗ କରିଥିଲେ, ତା ୧୫, ୧,୨୫ ଦିନ କେସ ନମ୍ବର ୭ ଆଇପିସି ୩୦୩(୨)ରେ ମକଦ୍ଦମା ରଜ୍ଜୁ ହୋଇଥିଲା। ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ନିର୍ଦ୍ଦେଶ କ୍ରମେ ଭେଡେନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା, ଆଜି ୨୦,୧ ଦିନ ମେହେନା ଗ୍ରାମ ର ବ୍ୟୋମକେଶ ମିଶ୍ର, ବୟସ ୩୦ କଂ ଠାରୁ ଏକଲକ୍ଷ ଟଙ୍କା ଓ ବ୍ୟବହାର କରି ଥିବା ବାଇକ ନମ୍ବର ଓଆର ୧୭ କେ ୪୮୩୮ ଜପତ କରି କୋର୍ଟ ଚାଲାଣ କରିଥିବା ଭେଡେନ ଥାନା ର ଆଇଆଇସି ପ୍ରେମଜିତ ଦାଶ ସୂଚନା ପ୍ରଦାନ କରିଛନ୍ତି।
Related Posts
ଆବର୍ଜନା କୁଣ୍ଡ ପାଲଟିଗଲା ପାନୀୟ ଜଳ ଯୋଗାଣର ଉତ୍ସ
ଆବର୍ଜନା କୁଣ୍ଡ ପାଲଟିଗଲା ପାନୀୟ ଜଳ ଯୋଗାଣର ଉତ୍ସ ଆର,ଊଦୟଗିରି (ମନୋଜ କୁମାର ପାଢୀ/୧୯/୫/ ଗାଁ ରେ ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଗାଁ କଲ୍ୟାଣ ସମିତି…
କଟକ ସହରରେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ
କଟକ ସହରରେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ କଟକ : କଟକ ସହରରେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦେଲେ ଓଡ଼ିଶା ହାଇକୋର୍ଟ।କଟକ…
ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୂଖ୍ୟମନ୍ତ୍ରୀ
ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ୬ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୂଖ୍ୟମନ୍ତ୍ରୀ ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର…