ଡିଭାଇଡରକୁ ବାଡୋଇ ହୋଇ ଦୁଇ ଯୁବକ ଗୁରୁତର!

ଡିଭାଇଡରକୁ ବାଡୋଇ ହୋଇ ଦୁଇ ଯୁବକ ଗୁରୁତର!

ଗଞ୍ଜାମ:ଗତକାଲି ସନ୍ଧ୍ୟାରେ ହିଞ୍ଜିଳି ପୋଚିଲିମା ଛକରେ ଏକ ଦୁର୍ଘଟଣା ଘଟି ଦୁଇଜଣ ଯୁବକ କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ପଥରା ଗ୍ରାମର ମନୋଜ ପୃଷ୍ଟି ଓ ନିକଟସ୍ଥ ଧୋବାଡି ଗ୍ରାମର ଶଙ୍କର ପାଣିଗ୍ରାହୀ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ଉଭୟେ ବ୍ରହ୍ମପୁର ଠାରୁ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ବାଡେଇବା ସହ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଅବସ୍ଥାରେ ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗ ରେ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ନଂ ଓ ଡି ୦୭ ୯୮୦୪ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *