ଡାକ୍ତରଖାନା ଅବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲେ ଜିଲ୍ଲାପାଳ

ଡାକ୍ତରଖାନା ଅବ୍ୟବସ୍ଥାର ଯାଞ୍ଚ ପାଇଁ ପହଞ୍ଚିଲେ ଜିଲ୍ଲାପାଳ

ଗଜପତି (ମନୋଜ ପାଢୀ):ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅବ୍ୟବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଗତକାଲି ସନ୍ଧ୍ୟାରେ ହଠାତ କାଶୀନଗର ଡାକ୍ତରଖାନାରେ ପହଂଚି ଅନୁଧ୍ୟାନ କରୁଥିବା ଜଣାଯାଇଛି ।କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଉନଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ବିଜୟ କୁମାର ଦାସ ଗତକାଲି ସନ୍ଧ୍ୟାରେ ହଠାତ ପରିଦର୍ଶନ କରି ଅବ୍ୟବସ୍ଥା ବିଷୟରେ ତଦନ୍ତ କରିଥିଲେ । ସାଥିରେ ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଅଲ୍ଲୀ ମଧ୍ୟ ରହିଥିବା ଜଣାପଡିଛି । ଅବ୍ୟବସ୍ଥା ସମ୍ପର୍କରେ ତଦନ୍ତ ସମୟରେ ଘଟଣା ସତ ବୋଲି ସେ ହୃଦୟଙ୍ଗମ କରିଥିବା ମଧ୍ୟ ସୂଚନା ମିଳିଛି. ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଉପସ୍ଥିତି ରହି ଘଟଣା ସମ୍ପର୍କରେ ଅବଗତ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *