ଡମ ସମାଜ କମିଟି ଗୋଠନ ଓ ଦିଆଲ ପରବ ଭେଟ ଘାଟ ପ୍ରସ୍ତୁତି ବୈଠକ କାଶିପୁର ୧୮/୧୧ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ମାଇକଞ୍ଚ ପଞ୍ଚାୟତ ଅନ୍ତର୍ଗତ କଞ୍ଚଗୁମା ସ୍କୁଲ ଠାରେ ରବିବାର ଦିନ ପଞ୍ଚାୟତ ସ୍ତରିୟ ଡମ ସମାଜ ବୈଠକ ଅନୁଷ୍ଠିତ ହୋଇଥିଲା। ମାଇକଞ୍ଚ ପଞ୍ଚାୟତ ରେ ଛଟ ବଡ ୧୯ ଗୋଟି ଗ୍ରାମ ଅଛି । ସେଥିମଧ୍ୟରୁ ୧୧ ଟି ଗ୍ରାମ ରେ ଡମ ଜାତିର ଲୋକ ।ଘର ସଂଖ୍ୟା ୪୬୫ ,ଜନ ସଂଖ୍ୟା ୨୪୨୫ , ଲୋକ ବସବାସ କରି ଆସୁଥିବା ୧୧ ଗୋଟି ଗ୍ରାମର ନାଇକ ଦାଙ୍ଗାଡାମାଝୀ ଗ୍ରାମ ମୂଖିଆ,ଭଦ୍ର ବ୍ୟକ୍ତି, ଯୁବକ ମାନେ ଉପସ୍ଥିତି ହୋଇ ପ୍ରଥମେ ଦିପ ପ୍ରଜ୍ବଳନ କରି ୧ ମିନିଟ୍ ପୂର୍ବ ପୁରୁଷମାନଙ୍କର ଉଦେଶ୍ୟ ରେ ନିରବ ପ୍ରାର୍ଥନା କରି ପ୍ରତି ଗ୍ରାମ ର ନାଇକ,ଦାଙ୍ଗାଡାମାଝୀ ଙ୍କୁ ପାରମ୍ପରିକ ଭାବରେ ବାଳିଫୁଳ, ହଳଦୀ ଚାଉଳ ଟିକା କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସଭା କୁ ପରୀକ୍ଷିତ ନାଏକ ପରିଚାଳନା କରିଥିଲେ। ବୈଠକ ରେ ପଞ୍ଚାୟତ ସ୍ତରିୟ କମିଟି ଗୋଠନ କରିବା କୁ ଆଲୋଚନା କରାଯାଇ ଉପସ୍ଥିତି ସମସ୍ତ ଙ୍କ ନିଷ୍ପତ୍ତି କ୍ରମେ ସମାଜ ସେବୀ ଶିବରାମ ନାଏକ ଙ୍କୁ ସଭାପତି ଚୟନ କରିଥିଲେ। କୈଳାସ ବାଗ ଙ୍କୁ ଉପ ସଭାପତି, ପରୀକ୍ଷିତ ନାଏକ ଙ୍କୁ ସମ୍ପାଦକ, ଶ୍ରୀକୁଷ୍ଠ ନାଏକ କୁ ଉପ ସମ୍ପାଦକ, ଗୋବିନ୍ଦ ନାଏକ ଙ୍କୁ କୋଷାଧ୍ୟକ୍ଷ, ସୁବାସ ଚନ୍ଦ୍ର ନାଏକ, ଗୁଣନିଧି ବାଗ, ପୁରସ୍ତମ ନାଏକ, କୁଷ୍ଠ ନାଏକ ଙ୍କୁ ଉପଦେଷ୍ଟା ସାଙ୍ଗକୁ ସଭ୍ୟ ବୃନ୍ଦା ସନ୍ୟାସୀ ନାଏକ, ନରସିଂହ ନାଏକ, ଧନେଶ୍ଵର ନାଏକ, ଦିଗାମ୍ବର ନାଏକ, ରମାକାନ୍ତ ନାଏକ, କୃଷ୍ଣ ନାଏକ, ଦାମୋଦର ନାଏକ,ମଦୁ ନାଏକ, ବାଲେଶ୍ଵର ନାଏକ, ସୁବାସ ନାଏକ, ଲକ୍ଷ୍ମଣ ନାଏକ ପୁରନ୍ଦର ନାଏକ, ସୁବାସ ନାଏକ,ଲବନୀ ନାଏକ,ଦୁଧେଷ୍ଠି ନାଏକ, ମୁକୁନ୍ଦ ନାଏକ,ସଦା ନାଏକ,ରୁପଧର ନାଏକ,ବାସ୍କର ନାଏକ, ଅନିରୁଦ୍ଧ ନାଏକ,କୁଷ୍ଠ ନାଏକ, ଇଶ୍ଵର ନାଏକ ଆଦି ଙ୍କୁ କମିଟି ର କାର୍ଯ୍ୟକର୍ତ୍ତା ଭାବରେ ମନୋନୀତ କରାଯାଇ ଦିଆଲ ପରବ ଭେଟ ଘାଟ ପ୍ରସ୍ତୁତି ଓ ଆଗାମୀ ଦିନରେ ଡମ ସମାଜ ର ଉନ୍ନତୀ କାମ କରିବା ପାଇଁ ନିଷ୍ପତି କରାଯାଇ ଥିଲା। ଆଳଚ୍ଯ ବିଷୟ ନିଜକୁ ଚାଳାକିଭାବୁଥିବା ଡମ ଜାତି ଆଜି ମଧ୍ୟ ଏକାଠି ହୋଇପାରି ନାହିଁ ବଡ଼ ଦୁଃଖର କଥା ସବୁ ଜାତି, ରାଜନୈତିକ ଦଳ, ଶ୍ରମିକ, ବେପାରୀ,ମାଳିକ, ସରକାରୀ କର୍ମଚାରୀ, ଶିଳ୍ପପତି ସାମ୍ବାଦିକ, ଇତ୍ୟାଦି ସମସ୍ତ ଙ୍କର ସଂଘ ଗଢି ନିଜର ଉନ୍ନତି ପାଇଁ ଲାଗିପଡିଛନ୍ତି। ଆମେ ପୁଣି ଚେତା ହୋଇ ଶୋଇ ଥିବା କାହିଁକି।ଆସନ୍ତୁ ଏକାଠି ହୋଇ ଡମ ସମାଜ ର ଉନ୍ନତୀ ପାଇଁ ଚିନ୍ତା କରିବା। ଦିନ କୁ ଦିନ ଡମ ଜାତି ଉପରେ ଆକ୍ରମଣ, ଅନ୍ୟାୟ ଅତ୍ୟାଚାର ଶୋଷଣ କୋଷଣ ପ୍ରଲୋଭନ ପ୍ରଲୋଚନା ଆକ୍ଷେପ ପ୍ରତ୍ୟାକ୍ଷେପ ବଡି ଚାଲିଛି। ସରକାରୀ ,ବେସରକାରୀ ସ୍ତରରେ।ବ୍ୟକ୍ତି ବିଶେଷ ଜଣେ ଦୁଇ ଜଣ ଗୋଟିଏ କି ଦୁଇଟି ଗାଁଲୋକ ମିଶିଲେ କିଛି ହୋଇପାରିବ ନାହିଁ ସବୁ ଲୋକ ସବୁ ଗାଁ ମିଶିଲେ ସମ୍ଭବ ଅସମ୍ଭବ ବୋଲି ଦୁନିଆରେ କିଛି ନାହିଁ । ଗତ ଦିନ ମାନଙ୍କରେ ଡମ ସମାଜ ଗୋଠନ କରିବା ପାଇଁ ଆମ ପୂର୍ବଜ ମାନେ ଚେଷ୍ଟା କରି ସ୍ବପ୍ନ ଦେଖିଛନ୍ତି ତାଙ୍କର ସ୍ବପ୍ନ ପୂରଣ କରିବାକୁ ହେଲେ ଆମେ ଯୋତା ଶିଘ୍ର ଏକାଠି ହୋଇ, ଘର ଓ ଗ୍ରାମ ସପେଇ, ନିଶା ନିବାରଣ,ଘର ବାରି ପଟ୍ଟା, ଜମି ହିନ କୁ ଜମି ପାଇଁ ସରକାରଙ୍କ ପାଖରେ ଦାବି କରିବା। ପରିବେଶ ସୁରକ୍ଷା ପ୍ରଦୂଷଣ ରଖିବା ପାଇଁ ଫଳନ୍ତି ବୃକ୍ଷ ରୋପଣ କରିବା ,ସଭ୍ୟ ଚାନ୍ଦା, ଶିକ୍ଷା, ସ୍ବାସ୍ଥ୍ୟ ଖାଦ୍ୟ,ଶ୍ରମ ର ଉଚିତ ମୂଲ୍ୟ ଡମ ସମାଜ ର ଲୋକ ସଂସ୍କୃତି ପରମ୍ପରା କୁ ଲୋକଳଚନ କୁ ଆଣିବା ଦିଆଲ ପରବ ମାଧ୍ୟମରେ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ପାଇଁ ଆଲୋଚନା କରି ଉପସ୍ଥିତି ସମସ୍ତ ଗ୍ରାମ ବାସୀ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଗଲା।
Related Posts
Vistara flight makes emergency landing at Bhubaneswar airport
Vistara flight makes emergency landing at Bhubaneswar airport Bhubaneswar: (Abhishek Mohanty)The Bhubaneswar-Vistara flight made an emergency landing at the Biju…
ମୋହନା ରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ
ମୋହନା ରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଆଡମ୍ବର ସହ ପାଳନ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୫/୭ ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ଠାରେ ଆଜି ମହାପ୍ରଭୁ…
ରଜ’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରଜ’ର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ. ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ .ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ…