ଡବଲ ଇଂଜିନ ସରକାରରେ ଯନ୍ତ୍ରୀଙ୍କ ମରୁଡ଼ି

ଡବଲ ଇଂଜିନ ସରକାରରେ ଯନ୍ତ୍ରୀଙ୍କ ମରୁଡ଼ି

ଆର,ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନରେ ବହୁଦିନ ହେଲା ବିଭିନ୍ନ ଯନ୍ତ୍ରୀଙ୍କ ପଦବି ଖାଲି ପଡ଼ିଛି। କର୍ମଚାରୀ ନ ଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ରାସ୍ତା ଘାଟ କୋଠାବାଡି ନିର୍ମାଣ ଓ ମରାମତି ବହୁଳ ଭାବେ ପ୍ରଭାବିତ ହୋଇଛି । ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନକୁ ନେଇ ମୋହନା ଡିଭିଜନ ଗଠିତ ହୋଇଛି. ଏହି ଡିଭିଜନରେ ୩ ଜଣ ସହକାରୀ ନିର୍ବାହୀଯନ୍ତ୍ରୀ, ୬ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବାର ବ୍ୟବସ୍ଥା ରହିଛି। ସେଥିରୁ ମୋହନା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସହ ଦୁଇଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା କିନ୍ତୁ ଏଠାରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ଅଛନ୍ତି। ମୋହନାରେ କନିଷ୍ଠଯନ୍ତ୍ରୀଙ୍କ ପଦବି ଖାଲି ପଡିଛି । ସେହିପରି ଗତ ୬ ମାସ ହେଲା ଚନ୍ଦ୍ରଗିରି ଗ୍ରାମ୍ୟ ଉନ୍ନୟନ ସବ୍‌ଡିଭିଜନ ଉଠିଯାଇଥିବା ବେଳେ ଏବେ କାର୍ଯ୍ୟାଳୟଟି ଭୂତକୋଠି ପାଲଟିଛି। ଆର.ଉଦୟଗିରି ସବ୍‌ଡିଭିଜନ୍ କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ବଦଳେ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟାଳୟ ଚାଲିଛି । ଏଠାରେ ମଧ୍ୟ ବହୁଦିନ ହେଲା ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜଣେ କନିଷ୍ଠଯନ୍ତ୍ରୀ ପଦବି ଖାଲି ପଡ଼ିଛି। ସେହିପରି ନୂତନ ଭାବେ ଗଠିତ ନୂଆଗଡ ସବ୍‌ଡ଼ିଭିଜନ ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇନାହିଁ। ଆର,ଉଦୟଗିରି କାର୍ଯ୍ୟାଳୟରେ ଏହାର ସମସ୍ତ କାର୍ଯ୍ୟ ଚାଲିଛି। ଏଠାରେ ମଧ୍ୟ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ ଓ ୨ ଜଣ କନିଷ୍ଠଯନ୍ତ୍ରୀ ନିଯୁକ୍ତି ହେବା କଥା। କିନ୍ତୁ ଏବେ କେବଳ ଜଣେ କନିଷ୍ଠଯନ୍ତ୍ରୀ ନିଯୁକ୍ତ ଅଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଗୋଟିଏ କନିଷ୍ଠଯନ୍ତ୍ରୀ ପଦ ଖାଲି ପଡ଼ିଛି। ମୋହନା ଆର୍‌ଡି ଡିଭିଜନ୍ ଏକ ବଡ଼ ଡିଭିଜନ୍ ହୋଇଥିବା ବେଳେ ଏହା ଅଧୀନରେ ମୋହନା, ଆର୍.ଉଦୟଗିରି ଓ ନୂଆଗଡ଼ ବ୍ଳକ୍ ରହିଛି। ଭୌଗୋଳିକ ଦୃଷ୍ଟିରୁ ତିନୋଟି ଯାକ ବ୍ଲକ୍ ଅଧିକାଂଶ ଦୁର୍ଗମ ଅଞ୍ଚଳ । ଅନେକ ଗାଁକୁ ଏବେ ବି ରାସ୍ତା ନିର୍ମାଣ ହୋଇପାରିନି। ଯେଉଁଠି ରାସ୍ତା ନିର୍ମାଣ ହୋଇଛି ତାହାବି ଖରାପ ହୋଇଗଲାଣି। ଏଭଳି ସ୍ଥିତିରେ କର୍ମଚାରୀ ଅଭାବ ଯୋଗୁଁ ଏହି ଡିଭିଜନ୍ ସ୍ଥାଣୁ ପାଲଟିଛି । ଏହାକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ଆବଶ୍ୟକ ଯନ୍ତ୍ରୀମାନଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି ଓ ସାଧାରଣରେ ଆଲୋଚନା ହେଉଛି ଯେ ଡବଲ ଇଂଜିନ ସରକାରରେ ରାସ୍ତା ତ ଠିକ ହୋଇପାରୁନି ଖରାପ ଓ ବିନା ରାସ୍ତାରେ ଗାଡି ଚାଲିବ କେମିତି ଏହି ବିଭାଗର ରା,ଉଦୟଗିରି ଓ ରାମଗିରି ସେକ୍ସନରେ ବିଭିନ୍ନ ରାସ୍ତା ସହ ଅନ୍ୟ କାମ ଗୁଡିକ ଚାଲିଛି । ଏହି ସେକ୍ସନ ବିଭାଗ ଦାଇତ୍ବ ଥିବା କନିଷ୍ଠ ଯନ୍ତୀ ମୁକେଶ ଦାସ ତାଙ୍କ ନିଜ ଲୋକ ଠିକାଦାର ଆଣି ଏହି ଯେଉଁ କାମ ହେଉଛି ସମସ୍ତକୁ ସେହି ଠିକାଦାର ମାନଙ୍କ ସହ ମିଶି ସମସ୍ତ ଠିକା କାମ କାରୁଥିବା ଅଭିଯୋଗ ହେଉଛି । ଏହାସହ ସେହି ଠିକାଦାର ଏଠାରେ ରହିବାକୁ ଅଫିସରେ ଥିବା ଘର ଗୁଡିକୁ ଠିକାଦାରକୁ ଭଡା ଦେଉଥିବା ଅଭିଯୋଗ ହେଉଛି । ଏହି ବିଷୟ ନେଇ ଆମ ପ୍ରତିନିଧି କନିଷ୍ଠ ଯନ୍ତୀ ପଚାରିବାରୁ ମୋର ଯାହା ଇଛା ତାହା କରିବି ଆପଣ ପଚାରିବାକୁ କିଏ । ମୋର କୌଣସି ଅଧିକାରୀ କିଛି କରିପାରିବେ ନାହିଁ ସେମାନଙ୍କୁ ପ୍ରତିମାସରେ ମୁଁ ମୁଟା ଆକାରରେ ଚାନ୍ଦା ଦେଇଛି ସେହି ଟଙ୍କା ମୁଁ କେଉଁଠାରୁ ଆଣି ଉର୍ଚ ଅଧିକାରୀଙ୍କୁ ଦେବି ବୋଲି କନିଷ୍ଠ ଯନ୍ତୀ ଶ୍ରୀ ଦାସ କହିଥିଲେ । ଏଥିସହ ଏହି ବିଭାଗରେ କଣ ଚାଲିଛି ବୋଲି ଆମ ପ୍ରତିନିଧି ପଚାରିବାରୁ ସେକହିଥିଲେ ଆମର କଣ କାମ ଚାଲିଲେ ତୁମକୁ କାହିଁକି ଆମେ କହିବୁ ତୁମେ କଣ ଆମ ଉପର ଅଫିସର କି ? ଏହା ଏହି ନେଇ ଆମ ପ୍ରତିନିଧି ମୋହନା ସବ୍ ଡିଭିଜନ୍ ସହକାରୀ ନିର୍ବାହୀ ଯନ୍ତୀ ଶ୍ରୀ ସାହୁଙ୍କ ପଚାରିବାରୁ ସେ କହିଥିଲେ ମୋର କିଛି ତଥ୍ୟ ନାହିଁ । ଆରଟିଆଇ ପକାଇ ମାଗନ୍ତୁ । ଆର,ଉଦୟଗିରି ସବ୍ ଡିଭିଜନ୍ ହେଉଥିବା ରାସ୍ତା ମରାମତି ଏବଂ ଅନ୍ୟ ଗୁଡିକ ଅତିନିମ୍ନମାର କାମ ହେଉଛି ବୋଲି ଅଭିଯୋଗ ହେଉଛି । ରା, ଉଦୟଗିରି ଓ ରାମଗିରି ସେକ୍ସନ ହେଉଥିବା କାମ ଗୁଡିକୁ ଡବ୍ଲ୍ୟୁ ଇଞ୍ଜିନ ସରକାରର ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଗଲେ ଡବ୍ଲ୍ୟୁ ଇଞ୍ଜିନ ତାକତ ଜଣାପଡିବ ଓ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରି ଦଣ୍ଡପାଇବେ ବୋଲି ଅଞ୍ଚଳବାସୀ ଦ୍ୱାରା ଦାବି ହେଉଛି ।

Leave a Reply

Your email address will not be published. Required fields are marked *