ଡକାୟତି ଉଦ୍ୟମ ଅଭିଯୋଗ ରେ ୭ ଗିରଫ ଓ ବହୁ ମାରଣାସ୍ତ୍ର ଜବତ।ଗୋପାଳପୁର ଥାନା ପୋଲିସ୍ ରାତ୍ରୀ ପଇଁତାରା ବେଳେ କରାପଲୀ ନିକଟରେ ଥିବା ଏକ ଢ଼ାବା ହୋଟେଲ୍ ରେ କିଛି ଯୁବକ ସଂଗଠିତ ବସିଥିବା ଦେଖି ସେମାନଙ୍କୁ ସେଠାରୁ କାବୁ କରିଥିଲେ ଓ ସେମାନଙ୍କ ନିକଟରୁ ଖଣ୍ଡା, ଲୁହା ଛଡ଼, ବିଭିନ୍ନ ନାମିଦାମୀ କମ୍ପାନୀ ର ୭ଟି ମୋବାଇଲ ଫୋନ, ଗୋଟିଏ ସୁମ କାର୍,ଓ କିଛି ନଗଦ ଟଙ୍କା ଜବତ କରିଥିଲେ।ପରେ ଉକ୍ତ ଯୁବକ ମାନଙ୍କୁ ଥାନାରେ ରଖି ପଚରାଉଚରା କରିବା ବେଳେ ସେମାନେ ଜାତୀୟ ରାଜପଥ ରେ ଥିବା ପେଟ୍ରୋଲ ପମ୍ପ ଓ ମାଲଗାଡି ମାନଙ୍କରୁ ଲୁଟ୍ ପାଇଁ ଉଦ୍ୟମ କରୁଥିବା ପ୍ରକାଶ କରିଥିଲେ। ସମସ୍ତ ଜେରା କାର୍ଯ୍ୟକ୍ରମ ସରିବା ପରେ ପୋଲିସ ୭ ଅଭିଯୁକ୍ତ ଯଥା ଲୋଚାପଡା ର ଚିନୁ ବିଷୋୟୀ,ହୁଗୁଳାପଟା ଅଞ୍ଚଳର ରାଜା ମହାରଣା,ବାବଲା ନାୟକ,ସିତୁନ୍ ସ୍ବାଇଁ,ଶୀତମ୍ ସ୍ବାଇଁ,କିରଣ ସ୍ବାଇଁ ଓ ଦିଗପହଣ୍ଡି ଅଞ୍ଚଳର ସାଗର ରାଉଳ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
