ଆଜି ସକାଳେ ପୋଲସରା ଥାନା ଅର୍ନ୍ତଗତ ହୀରାପଲୀ ଗ୍ରାମ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫରମର୍କୁ ଧକ୍କା ଦେଇ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ପରିବା ବ୍ୟବସାୟୀ ନୟାଗଡ଼ ଜିଲ୍ଲା ପୋଖରା ଗ୍ରାମର ଦୀନବନ୍ଧୁ ସାହୁଙ୍କ ମୃତ୍ୟୁ ଘଟିଛି। ଉପସ୍ଥିତି ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଡ଼ାକ୍ତର ଦୀନବନ୍ଧୁ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଗୁରୁତର ଆହତ ଚାଳକ ଚିକିତ୍ସିତ ହେଉଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
ଟ୍ରାନ୍ସଫରମର୍କୁ ଧକ୍କା ଦେଇ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ ଚାଳକ ଗୁରୁତର ପରିବା ବ୍ୟବସାୟୀ ଦୀନବନ୍ଧୁ ସାହୁଙ୍କ ମୃତ୍ୟୁ ଘଟିଛି।
