ଟ୍ରାକ୍ଟର ଚକତଳେ ଚାପି ହୋଇ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ । ଟ୍ରାକ୍ଟର ଚକା ତଳେ ଚାପି ହୋଇ ଟ୍ରାକ୍ଟ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଚାଳକ ଆର,ଉଦୟଗିରି ଥାନାର ମହୁଲପଦା ଗାଁର ତ୍ରିନାଥ ରଇତ(27) । ଅଞ୍ଚଳବାସୀ ସୁଣିବାକୁ ମିଳିଛି ଯେ ଶୁକ୍ରବାର ରାତିରେ ତ୍ରିନାଥ ଟ୍ରାକ୍ଟର ନେଇ କୌଣସି କାମରେ ଥୁଣ୍ଟାରାଜ ଗାଁକୁ ଯାଇଥିଲେ । ସେଠାରୁ ଘରକୁ ଫେରୁଥିବା ସମୟରେ ମଝି ସାହି ଘାଟି ବୁଲାଣି ରାସ୍ତାରେ କୌଣସି କାରଣରୁ ସେ ଟ୍ରାକ୍ଟରରୁ ଖସି ପଡି କଚା ତଳେ ଚାପିହୋଇ ପଡିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଆର,ଉଦୟଗିରି ପୁଲିସକୁ ଜଣାଇଥିଲେ । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରିହିଥିବା ବିଷୟ ନେଇ ଆର,ଉଦୟଗିରି ପୁଲିସ ଅଧିକାରୀ କହିଛନ୍ତି ।
Related Posts

ବିଧାୟକ ଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ଉଦ୍ୟାନ, ଖୋଲା ଜିମ ଇ ଗ୍ରାମଣୀ ହାଟ ଉଦଘାଟିତ
ବିଧାୟକ ଙ୍କ ଦ୍ୱାରା କଲ୍ୟାଣ ମଣ୍ଡପ ଉଦ୍ୟାନ, ଖୋଲା ଜିମ ଇ ଗ୍ରାମଣୀ ହାଟ ଉଦଘାଟିତ ରାୟଗଡା : ରାୟଗଡା ଜ଼ିଲ୍ଲା ସଦର ବ୍ଲକ ରେ କୁଲି…

ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା
ମାନ୍ୟବର ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଓଡିଶାଙ୍କ ରାୟଗଡ ଜିଲ୍ଲା ଗସ୍ତ ଓ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା…

ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି
ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଭୁବନେଶ୍ୱର: ବାତ୍ୟା ଦାନା ଯୋଗୁଁ ଓଡ଼ିଶାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରିଛନ୍ତି ଓଡ଼ିଶା…