ଟ୍ରକ୍ ଚକା ତଳେ ବୃଦ୍ଧା ଙ୍କ ଜୀବନ ଗଲା।
ବୁଗୁଡ଼ା ଥାନା ଅର୍ନ୍ତଗତ କାନକୁଟୁରୁ ଗ୍ରାମର କନକ ସାହୁ ନାମ୍ନୀ ଜନୈକା ବୃଦ୍ଧା ବୁଗୁଡ଼ା ରୁ ନିଜ ଗ୍ରାମକୁ ପୁତୁରା ର ସ୍କୁଟି ରେ ବସି ଫେରୁଥିବା ବେଳେ ବୁଗୁଡ଼ା ସହର ନୁଆଁ ବସଷ୍ଟାଣ୍ଡ ନିକଟରେ ସ୍କୁଟି ରୁ ଖସି ତଳେ ପଡ଼ିଯାଇଥିଲା ବେଳେ ହଠାତ୍ ଏକ ସିମେଣ୍ଟ ବୋଝେଇ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା ଓ ତତକ୍ଷଣାତ୍ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରକ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!