ଟିହିଁକିପାଲି ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତ ଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ ୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତ ର ଟିହିଁକି ପାଲି ଗ୍ରାମ ରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବୁର୍ଲା ଇଞ୍ଜିନିୟରିଂ କଲେଜ ର ପୁର୍ବତନ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବାବୁ ଓ ମହୁଲ ପାଲି ସରପଞ୍ଚ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ଜଣେ ମହିଳା ମହିଳା ଗୋଟିଏ ରକ୍ତ ଦାତା ଦମ୍ପତ୍ତି ଓ ୪୮ଜଣ ପୁରୁଷ ରକ୍ତ ଦାତା ଙ୍କ ସମେତ ସର୍ବମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା । ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଟିହିଁକି ପାଲି ଗ୍ରାମବାସୀ ଓ ଗିରି ଗୋବର୍ଦ୍ଧନ ପୂଜା କମିଟି ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ଗ୍ରାମବାସୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଉମେଶ୍ୱର ପ୍ରଧାନ,ଅଶ୍ୱିନୀ ତ୍ରିପାଠୀ, ସଚୀ ପଣ୍ଡା,ସଭାପତି ରକ୍ଷପାଲ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପ୍ରଧାନ, ସଙ୍କେତ ଆଠଘରା, ରାତ୍ର ପ୍ରଧାନ, ଲିଙ୍ଗରାଜ ସାହୁ, ହେମାଞ୍ଚଲ ସାହୁ ଓ ନିଷ୍ଠା ପରିବାର ର ସଦସ୍ୟ ପ୍ରମୁଖ ପରିଚାଳନା କରିଥଲେ। ସମସ୍ତ ରକ୍ତ ଦାତା, ସହଯୋଗୀ ଓ ଶୁଭେଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।