ଟିପାରୀଗାଁ ରେ ଶୋକର ଛାୟା,ଏକ୍ସ ଆର୍ମି ଦୁଃଶାସନ ଦିଗାଲଙ୍କ ଦେହାନ୍ତ ……………………………………….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଟିପାରିଗାଁ ଗ୍ରାମର ସ୍ୱର୍ଗତ ଦୁଃଶାସନ ଦିଗାଲ ଙ୍କ ଦେହାନ୍ତ ଘଟିଛି l ସୂଚନା ପ୍ରକାରେ ସ୍ବର୍ଗତ ଦିଗାଲ ୧୯୭୫ ମସିହାରେ ଗାଁ ର ପ୍ରଥମେ ସୈନିକ ଭାବରେ ଦେଶ ସେବାରେ ନିଜକୁ ସମର୍ପିତ କରିଥିଲେ l ସେଇ ସମୟରେ ସୈନିକ ବିଭାଗରେ ଚାକିରୀ କରିବାକୁ ଯୁବକ ବନ୍ଧୁ ଭୟ କରୁଥିବା ବେଳେ ଉକ୍ତ ଅଞ୍ଚଳର ଏକ ମାତ୍ର ସନ୍ତାନ ସ୍ବର୍ଗତ ଦିଗାଲ ସାହସ ବାନ୍ଧି ଦେଶ ସେବାରେ ନିଜକୁ ସମର୍ପିତ କରିଥିଲେ l ଯଦିୟପି ପରିବାର ସେ ଗୋଟିଏ ପୁଅ ତଥାପି ମଧ୍ୟ ସେ ଦେଶ ସେବାରେ ନିଜକୁ ଯୋଡିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି l ବର୍ତମାନ ସମୟରେ ସେଇ କଥା ଭାବିଲା ବେଳକୁ ଛାତି ଗର୍ବର ର ପ୍ରଶଂସା ସlଉଁଟିଛି l ସେ କନ୍ଧମାଳ ପାଇଁ ଏକ ଉଦାହରଣ ଥିଲେ କହିଲେ କିଛି ଅତୁକ୍ତି ହେବ ନାହିଁ l ଆଜି ୬୭ ବର୍ଷ ବୟସରେ ହଟାତ ତାଙ୍କର ଦେହାନ୍ତ ପରିବାର ସମେତ ସାରା ଅଞ୍ଚଳ ପାଇଁ ଶୋକର ଛାୟା ଖେଳିଯାଇଛି l ସେଜଣେ ଉଦାର ବାଦୀ,ପରଉପକାର, ଶାନ୍ତ ସରଳ ସ୍ଵଭାଵ ର ବ୍ୟକ୍ତି ଥିଲେ l ତାଙ୍କର ବ୍ୟକ୍ତିତ୍ୱ କଥା ଭାବିଲା ବେଳକୁ ଆଜି ରୋମଟାଙ୍କୁରୀଉଠୁଛି l ତାଙ୍କର ଦେହାନ୍ତ ଗ୍ରାମବାସୀ ଏତେ ସହଜରେ ଗ୍ରହଣ କରିପାରୁନାହାନ୍ତି l ତାଙ୍କୁ ହରେଇ ସାରା ଗ୍ରାମ ଆଜି କ୍ରୋନ୍ଦନ ମୟ ସାଜିଛି l ତାଙ୍କ ମର ଶରୀର ଆଜି ଏକ୍ସ ସୈନିକ ଙ୍କ ଗହଣରେ ତାଙ୍କୁ ଗାର୍ଡ ଅଫ ଅନର ଏବଂ କ୍ରିଷ୍ଟିୟ ଧର୍ମ ନୀତି ଅନୁସାରେ ଶେଷକୃତ୍ୟ ସମ୍ପର୍ଣ କରାଯାଇଥିଲା l ଇତ୍ୟ ଅବସରରେ ତାଙ୍କ ବଡ଼ ଝିଅ ଶ୍ରଦ୍ଧାଞ୍ଜଳି ଦିଗାଲ, ସାନ ଝିଅ ଲଷ୍ମୀପ୍ରିୟା ଦିଗାଲ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥାଇ ଦୁଃଖ ଭରା ପରିବାରକୁ ସମବେଦନ ଦେଇ ମନ ବଳକୁ ଦୃଢ କରିବାକୁ କହିଥିଲେ l ଦୁଃଖ ର ବିଷୟ ସ୍ୱର୍ଗତ ଦିଗାଲଙ୍କ ଏକ ମାତ୍ର ପୁଅ ସନ୍ତୋଷ ଦିଗାଲ ଆସାମରୁ ଆସି ବାପା ଙ୍କ ମୃତ ଶରୀର କୁ ଦେଖିବାକୁ ଡହଳ ବିକଳ ହେଲେ ବି ଈଶ୍ୱରଙ୍କ ଯୋଜନା ଅଲଗା, ବହୁତ ଦୂର ରେ ପୁଅ ଥିବା ହେତୁ ଶବ ସତ୍କାର ବେଳେ ପହଁଚିପାରି ନ ଥିଲେ l