ଟିପାରୀଗାଁ ମୌଜା ରେ ଥିବା ଜମି କେଉଁ ବିଭାଗର ରାଜସ୍ବ ବିଭାଗ ନା ବନ ବିଭାଗ ର ତଦନ୍ତ ପାଇଁ ଦାବୀ …
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ଅଧିନସ୍ଥ ଟିପାରିଗାଁ ମୌଜା ର ୭୧୭ ପ୍ଲଟ ଉପରେ ପୂର୍ବରୁ ଛତିଝାର ଗ୍ରାମର ଲୋକେ ଚାଷବାସ କରି ଜୀବିକା ନିର୍ବାହ କରୁଥିଲେ l ଶିକ୍ଷା ଦୀକ୍ଷା ଓ ଅର୍ଥ ର ଅଭାବରୁ ଉକ୍ତ ଚାଷ ଜମି କୁ ନିଜ ନାମରେ ପଟା କରି ପାରିଲେ ନାହିଁ ସମୟ କ୍ରମେ ସେହି ଜମି ଟିପାରିଗାଁ ମୌଜା ହେବା ହେତୁ ଟିପାରିଗାଁ ର ଲୋକ ଉକ୍ତ ଜାଗାକୁ ଅକ୍ତିଆର କଲେ l ଉକ୍ତ ଜମି ଉପରେ ଟିପାରୀଗାଁ ର ଉଭୟ ଏସ ସି ଓ ଏସ ଟି ଙ୍କ ସମାନ ଅଧିକାର ରହିଛି l ଏଥିରେ କିଛି ସନ୍ଧେହ ନାହିଁ l ଏ ଅଧିକାର କୁ ନେଇ ଉଭୟ ଗୋଷ୍ଠୀ ଙ୍କ ଯୁବକ ଯୁବତୀ ଙ୍କୁ ନେଇ ଗଠନ କରାଯାଇଥିବା ରୟାଲ ଯୁବକ ସଂଘ ଦ୍ୱରା ଏ ଜମି ଉପରେ ଥିବା ଘଞ୍ଚ ଅରଣ୍ୟ କୁ ଏକ ମାସ ଧରି ସଫା କରାଯାଇଥିଲା ମାଷ୍ଟ୍ର ମାଇଣ୍ଡ ପ୍ରକାଶ କହଁର ଙ୍କ ନେତୃତ୍ୱ ରେ ଯେଉଁ ଜମିର ପରିମାଣ ପାଖl ପାଖି ୧୫ ଏକର ରୁ ଉର୍ଦ୍ଧ ହେବ ସେଇ ଜମିର ପରିସୀମା ଆଖଣ୍ଡଳ ମଣିମନ୍ଦିର ସମ୍ମୁଖ ଚନ୍ଦନ ଗଛବଗିଚା ଠାରୁ ପାୱର ହାଉସ ପର୍ଯ୍ୟନ୍ତ ଯେଉଁ ଜମିରେ କି ‘ଛତିଝାର ଗ୍ରାମର ଲୋକ ବ୍ୟତୀତ ଅନ୍ୟ ଗାଁ ର କୈଣସି ବି ଗୋଟିଏ ଦିନକ ପାଇଁ ମଧ୍ୟ ଉକ୍ତ ଜାଗାରେ ଚାଷ ବାସ କରିନାହାନ୍ତି କିନ୍ତୁ ଆଜି ଜଙ୍ଗଲ ଜମି ଅଧିକାର ଆଇନ କୁ ସୁଯୋଗ ଭାବି ଏକର ଏକର ଜାଗା କୁ ଅକ୍ତିଆର କରି ବାହାର ମୌଜାର ଲୋକଙ୍କୁ ଅସାଧୁ ଉପାୟରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରି ମାଲାମାଲ ହେଉଛନ୍ତି ଟିପାରିଗାଁ ର କିଛି ସ୍ୱାର୍ଥ ନେସ୍ବୀ ଗୋଷ୍ଠୀ l ଯେଉଁ ଜାଗାରେ କି ବିଗତି ଦିନରେ ସରକାର ଅନେକ କିଛି ଉର୍ନତି ମୂଳକ କାର୍ଯ୍ୟକରି ସାମୁହିକ ବିକାଶ ପାଇଁ ପଦକ୍ଷେପ ନେଇପାରନ୍ତେ ଏଥିରେ ସନ୍ଧେହ ନାହିଁ l ଜଙ୍ଗଲ ଜମି ନା “ରେ ଅନ୍ୟାୟ ଓ ଅନୀତି ଭାବରେ ମାତ୍ରାଧିକ ଲୋଭ କରି ଦଳ ବଧ ହୋଇ ମନଇଚ୍ଛା ଲୋକଙ୍କୁ କୋଟି କୋଟି ଟଙ୍କାରେ ବିକ୍ରି କରିଚାଲିଛନ୍ତି l ଯାହାକି ସମ୍ପୂର୍ଣ ବେଆଇନି ‘l ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଡିଗଲ ବହୁବାର ବନବିଭାଗ ଏବଂ ରେଭିନ୍ୟୁ ବିଭାଗ କର୍ମଚାରୀ ଙ୍କୁ ଜମିମାଫଆ ମାନଙ୍କ ଠାରୁ ଉଦ୍ଧାର କରି ସାମୁହିକ ବିକାଶ ରେ ଉପଯୋଗ ପାଇଁ କହିଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ନ ଥିବା ଜଣା ପଡିଛି l ଅପର ପକ୍ଷରେ ଏ ଅନାବାଦୀ ଜମି କୁ ନେଇ ବହୁବାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ନଜର ରହିଛି l ଏଥି ପ୍ରତି ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଜନସାଧାରଣ ଙ୍କ ଚେତାବନୀ l