ଟିପାରୀଗାଁ ପଟାକାଡ଼କା ଗ୍ରାମରେ ମୁଣିଶି ମାଟି ମାଙ୍କୁ ପୂଜା

ଟିପାରୀଗାଁ ପଟାକାଡ଼କା ଗ୍ରାମରେ ମୁଣିଶି ମାଟି ମାଙ୍କୁ ପୂଜା…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) ଟିକାବାଲି ଗ୍ରାମପଞ୍ଚାୟତ ଟିପାରୀଗାଁ ପଟାକାଡ଼କା ଗ୍ରାମରେ ମାଟି ମା ପୂଜା କରିବା ରୀତିନୀତି ଅନୁସାରେ ଏକ ବହୁ ପୁରାତନ ରୁ ଅଜା ବାପା ଙ୍କ ଯୁଗରୁ ରହିଆସିଛି ଯାହାକି ଆଜି ସେହି ପରମ୍ପରା ଦେଖିବାକୁ ମିଳିଛି l ପୂଜା ବିଧି ର ପରମ୍ପରା ରୀତିନୀତି ଅନୁସାରେ ପ୍ରଥମେ ଜାନି ଗୃହ ସମ୍ମୁଖରେ ବେଳ ପତ୍ର,ଶିଆଳି ପତ୍ର, ସର୍ଗି ଫୁଲର ପତ୍ର ତୋଳିବା ବା ପାଇଁ ମଦ ଏହାର ମୁଖ୍ୟ ହୋଇ ମଦ ଦ୍ୱାରା ଅନୁକୂଳ କରିବାକୁ ହୁଏ l ଯୁଗ ଯୁଗ ରୁ ରହି ଆସିଥିବା ପରମ୍ପରା କୁ ଆପେଣେଇ ଛନ୍ତି ଆଜିର ଯୁବପୀଡ଼ି, ବୃଦ୍ଧ ବାପା ମା ସତ୍ୟ କୁ ଅନୁସୃନ କରି ପାଳନ କରିଆସୁଛନ୍ତି l ଅଣା ସୁଗା ବା ଛୁଆଁ ପୂଜା ପାଇଁ ବିଧି ଅନୁସାରେ କାଞ୍ଜି ଅଣ୍ଡା, ଅରୁଆ ଚାଉଳ,ହଳଦୀ,ଅନେକ ପୂଜା ସାମଗ୍ରୀ ଆବଶ୍ୟକ ହୋଇଥିବା ଜଣାପଡୁଛି l ପୂଜା ସରିବା ପରେ ଠାକୁରଙ୍କ ଆଜ୍ଞା ପାଇ ସେଠାରୁ ଜାନି, ଜାକର,ପାଣି ନେଇ ସମସ୍ତେ ଜାନି ଗୃହ କୁ ଫେରନ୍ତି l ନିୟମ ଅନୁସାରେ ମୁଣିଶି ମାଟି ମା କୁ ସେହି ପାଣି ଦ୍ୱାରା ଲିଙ୍ଗା ପଥର କୁ ସ୍ୱ ହୃଦୟ ରେ ପୂଜା ଅର୍ଚନା କରନ୍ତି l ଏହି ପୂଜା କାର୍ଯ୍ୟକ୍ରମ ରେ ଜାନି ସୁବଳ ଦିଗାଲ, ଜାକର ରାମିଆ ଦିଗାଲ, ବାହାକ କୁବେର ଦିଗାଲ,ଲୁଚନ ଦିଗାଲ, ଅଶ୍ୱିନୀ ଦିଗାଲ ପ୍ରମୁଖ ମା ଙ୍କ ଆଦର୍ଶ ରେ ପୂଜା ଅର୍ଚନା କରିଥିଲେ l ଶେଷରେ ପୂଜକ ଯାକର ଛୁଆଁ ରୁ ଆଣିଥିବା କିଛି ପାଣି କୁ ପାଦୁକା କରି ଗ୍ରାମବାସୀ ଙ୍କୁ ଦିଆଯାଏ l ଏହିପରି ପୂର୍ବ ପୁରଷ ରୁ ମାଟି ପୂଜା ଛୁଆଁ ପୂଜା ଆମ ଆଦିବାସୀ ଅଞ୍ଚଳରେ ରହିଆସିଛି ତାହା ବର୍ତମାନ ପର୍ଯ୍ୟନ୍ତ ଅଞ୍ଚଳବାସୀ ପୂଜା କରୁଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *