ଟିପାରୀଗାଁ ଗ୍ରାମର ଲୋକ ପ୍ରିୟ କଳାକାର ସର୍ଗତ ଜଳନ୍ଧର ଦିଗାଲ ଆରୋପରୀରେ …
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ନିକଟସ୍ଥ ଟିପାରିଗାଁ ଗ୍ରାମର ଅଦିନିଆ ବର୍ଷା ଝଡିରେ ଶଯ୍ୟାଶାୟୀ ରେ ଥିବା ସ୍ବର୍ଗତ ଜଳନ୍ଧର ଦିଗାଲଙ୍କ ପାରୋଳକ ଘଟିଛି l ସୂଚନା ପ୍ରକାରେ ସ୍ବର୍ଗତ ଦିଗାଲ ଜଣେ ପରିଶ୍ରମୀ ଚାଷୀ ଭାବରେ ଉକ୍ତ ଅଂଚଳରେ ବେଶ ଜଣାଶୁଣା ଥିଲେ l ପରିବାର କହିଲେ ତାଙ୍କ ପାଞ୍ଚ ପୁତ୍ରଙ୍କୁ କଠୋର ପରିଶ୍ରମ କରି ନିଜଗୋଡ଼ରେ ସ୍ୱଭାଲମ୍ବୀ କରାଇବାରେ ସଫଳ ହୋଇପାରିଥିଲେ l ସେ ଅନେକ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ଗାଁ ମାନଙ୍କରେ ଉପୁଜୁଥିବା ଛୋଟ ମୋଟ ବିଶୃଙ୍ଖଳା ଙ୍କୁ ସମାଧାନ କରି ପରସ୍ବର ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେଉଥିଲେ l ସର୍ଗତ ଶ୍ରୀ ଦିଗାଲ ଅନେକ ଅସହାୟ ଲୋକଙ୍କୁ ନିଜ ପାଖରେ ଆଶ୍ରୟ ଦେଇ ବଂଚିବାର ରାହା ଦେଖାଇଥିଲେ l ଅଞ୍ଚଳ ରେ କଳାକାର ଭାବରେ ମଧ୍ୟ ବେଶ ଜଣାଶୁଣା ୧୫ ବର୍ଷ ଧରି ହିରନ୍ୟ କଶ୍ୟପ ଭୂମିକରେ ଉଚ୍ଚକୋଟୀର ଅଭିନୟ କରି ବେଶ ଗୌରବ ଅର୍ଜନ କରିପାରିଥିଲେ l ହିରଣ୍ୟ ନୃତ୍ୟରେ ଷ୍ଟେଜ କୁ ପ୍ରବେଶକରିବା ଦୃଶ୍ୟ ଅତି ରୋମାଞ୍ଚକର ରହୁଥିଲା ଯାହାକି ଅଞ୍ଚଳରେ ଯଥେଷ୍ଟ ପ୍ରଶଂସା ଅର୍ଜନ କରୁଥିଲେ l ସେ ଜଣେ ଅତ୍ୟନ୍ତ ଆକର୍ଷଣ କଳାକାର ଥିଲେ l ଆଜି ତାଙ୍କୁ ୭୫ବର୍ଷ ବୟସ ରେ ଟିକାବାଲି ସ୍ୱସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବସ୍ଥାରେ ମୃତ୍ୟ ଘଟିଛି ତାଙ୍କ ମର ଶରୀରକୁ ଅପସରି ଦିଗାଲ ଓ ନରେଶ ନାୟକ ନେତୃତ୍ୱରେ ପାରମ୍ପରିକ ଓ ସଂକ୍ରିତନ ବାଜାବାଦ୍ୟରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ କରାଯାଇଛି l ଏହି ଅବସରରେ ନିଜପରିବାର ସଦସ୍ୟ ବ୍ୟତୀତ ସରପଞ୍ଚ କୁନ୍ଦରୁ ମାଲିକ, ପୂର୍ବତନ ଚେୟାରମ୍ୟାନ ତପନ କହଁର, ପ୍ରଦୀପ ଦିଗାଲ, ତ୍ରିନାଥ ପ୍ରଧାନ,, ଅଭିମନ୍ୟୁ ମଳିକ,ହେମନ୍ତ ଦିଗାଲ ଙ୍କ ପରି ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀ ସହଯୋଗ ରେ ଶବଦାହ କାର୍ଯ୍ୟକ୍ରମ ସମ୍ପର୍ଣ କରିଥିଲେ l