ଟିପାରିଗାଁ,ବରସାହିରେ ମା ପୀତାବାଲୀଙ୍କ ପୂଜାଅର୍ଚନା
………………………………..
କନ୍ଧମାଳ :- ତା ୨୩/୦୫ (ରିପୋର୍ଟ କୁନା ଦିଗାଲ ):ଟିକାବାଲି ଗ୍ରାମପଞ୍ଚାୟତ ଟିପାରିଗାଁ ବରସାହିରେ ଗାଁ କମିଟି ତରଫରୁ ବହୁ ଆଡ଼ମ୍ବର ରେ ମା ପିତାବାଲିଙ୍କ ପୂଜା ଅର୍ଚନା ହୋଇଯାଇଛି l ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ଟିକାବାଲି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ଅବୁଦୁଲା ପ୍ରଧାନ ଓ ଚେୟାରମ୍ୟାନ ତପନ କହଁର ପ୍ରମୁଖ ଗ୍ରାମର ବାପା ମା ଭାଇ ଓ ଭଉଣୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏହି ପୂଜା କାର୍ଯ୍ୟକ୍ରମ କେଉଁ ଅନାଦି କାଳରୁ ବରସାହି ଗ୍ରାମରେ ପ୍ରଚଳିତ ହୋଇଆସୁଥିଲା l ଯାହା ବିଶ୍ୱାସ ରହିଛି ଏହିପୂଜାପାଠ ଦ୍ୱରା ଏହି ମାଟି, ଜଙ୍ଗଲ, ବିଲ ବାଡ଼ି ଗଛ ଲତା ଯିବ ଜନ୍ତୁ ଏବଂ ମାନବ ଜାତିର ମଙ୍ଗଳ କାମନା ହୋଇଥାଏ l ଅଞ୍ଚଳର ରୋଗ ବିଧି ଦୂର ହୋଇଯାଇଥାଏ l ଦୀର୍ଘ ଦିନରୁ ଏହା ପୂଜା କରାଯାଉଥିଲେ ସୁଦ୍ଧା ତାହା ସଫଳ ମାତ୍ରାରେ ଲୋକଲୋଚନ କୁ ଆସି ନ ଥିଲା l ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣ କରିବା ଉଦେଶ୍ୟରେ ଯାକଜକମରେ କୁକୁଡ଼ା ଓ ଛେଳି ବଳି ଦେଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମ ପୂଜା ବିଧି କୁ ବାଜା ବାଦ୍ୟ ବଜେଇ ପାରମ୍ପରିକ କୁଇ ନୃତ୍ୟ ଓ ମହୁରୀ ଧ୍ୟୁନିରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ପୂଜାରେ ମୁଖ୍ୟ ଦେହେରି ଭାବରେ କୃଷ୍ଣ ପ୍ରଧାନ, ଙ୍କ ସମେତ ଭୀମସେନ ପ୍ରଧାନ, କୁମୁଦ ଚନ୍ଦ୍ର ପ୍ରଧାନ, ତ୍ରିନାଥ ପ୍ରଧାନ, ପ୍ରମୁଖ ପୂଜା କାର୍ଯ୍ୟକ୍ରମ ରେ ସମ୍ବଳିତ ହୋଇଥିଲେ l ଏଥିରେ ପାରମ୍ପରିକ ଲୋକକଳାକାର ମହାସଂଘ,କନ୍ଧମାଳ ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲ ଙ୍କ ପରାମର୍ଶ ରେ ମା କୁନାଙ୍ଗସରୁ ଖଞ୍ଜଣୀ ନୃତ୍ୟ ଦଳ, କାଲିମେଣ୍ଡି ର କଳାକାର ଗୁରୁ ସୁବାସ ଚନ୍ଦ୍ର ପ୍ରଧାନ, ଦଳ ମୁଖ୍ୟ ସବିତା ପ୍ରଧାନ, ସଭାନେତ୍ରୀ ସୁଶୀଳା ଦିଗାଲ, ସମ୍ପାଦିକା ବାମିନି କହଁର,ହେମନ୍ତ ଦିଗାଲ, ସୁଦାମ କହଁର, ଲବ ପ୍ରଧାନ, ଭଞ୍ଜ ପ୍ରଧାନ, ତରଣୀ ଦିଗାଲ, ପ୍ରଦୀପ ଦିଗାଲ, ସାରଦା ଦିଗାଲ ଏହିପରି ଅନେକ କଳାକାର ନୃତ୍ୟ ଗୀତ ପରିବେଷଣ କରି ପୂଜା କାର୍ଯ୍ୟକ୍ରମ ସମ୍ପୂର୍ଣ କରିଥିବା ଜଣା ପଡିଛି l