ଟିକାବାଲି ହାଇ ସ୍କୁଲର ମେଟ୍ରିକ ରିଜଲ୍ଟ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଟିକାବାଲିର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଫଳାଫଳ ବିଗତ ବର୍ଷ ର ଏବଂ ଚଳିତ ବର୍ଷର ଦଶମ ଶ୍ରେଣୀର ଫଳାଫଳ ବିଦ୍ୟାଳୟ ପାଇଁ ବା ଅଞ୍ଚଳ ପାଇଁ ନିରାଶ ବା ଦୁର୍ଭାଗ୍ୟଜନକ ଅଟେ ବୋଲି ଶିକ୍ଷା ସମୀକ୍ଷାଙ୍କ ମତ l ଟିକାବାଲି ହାଇ ସ୍କୁଲର ମୋଟ ଛାତ୍ର ଛାତ୍ରୀ ୧୭୬ ଜଣ ଦଶମ ପରୀକ୍ଷା ଦେଇଥିଲେ l ପରୀକ୍ଷା ଦେଇଥିବା ୧୭୬ ଜଣ ଛାତ୍ର ଛାତ୍ରୀଙ୍କ ଠାରୁ ୧୭୩ ଜଣ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ରେ ଉତୀର୍ଣ୍ଣ ଏବଂ ୩ ଜଣ ଫେଲ କରିଛନ୍ତି l ଖୁସିର ବିଷୟ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକାବାଲିର ପାସ ହାର ୯୮.୨% ଶତକଡା ଅଟେ l ଅଞ୍ଚଳବସୀ ଙ୍କ ପାଇଁ ଦୁଃଖର ବିଷୟ ଯେ ୨୦୨୪ ବର୍ଷ ରେ ଏହି ପରି ଦୁର୍ଭାଗ୍ୟ ଫଳାଫଳ କଣ ପାଇଁ ହେଲା ଅଞ୍ଚଳ ବାସୀଙ୍କ ମନରେ ମର୍ମାହତ ସୃଷ୍ଟି କରିଛି l ଗ୍ରେଡ଼ A, A1,A2, ଏବଂ ଗ୍ରେଡ଼ B. B1, ରଖି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଜଣେ ମଧ୍ୟ୍ ପାସ କରିନାହାନ୍ତି? ଏଥିପାଇଁ ଦାୟୀ କିଏ..? ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷକଙ୍କ ଶିକ୍ଷା ପ୍ରଦାନ କରିବାରେ ଅସୁବିଧା ବା ନିୟମିତ ଶିକ୍ଷା ଦେବାରେ ତ୍ରୁଟି ଥିବା ଅଞ୍ଚଳ ରେ ଚର୍ଚ୍ଚା ହେଉଛି ଯାହାରୀ ଫଳରେ ପିଲାମାନେ A1 ଡ଼ିଭିଜନ ଫଳାଫଳ ପାଇବା ରେ ବଞ୍ଚିତ ହେଉଛନ୍ତି ବୋଲି ଅଞ୍ଚଳ ବାସୀଙ୍କ ମତ l ଚଳିତ ବର୍ଷ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ୩ ଜଣ ଫାଷ୍ଟ -ଅର୍ଚିତା ପଣ୍ଡା ଗ୍ରେଡ଼ B2 ୪୧୩ ମାର୍କ ୬୮.୮%, ସେକେଣ୍ଡ ସ୍ୱସ୍ତିକ ପ୍ରଧାନ ଗ୍ରେଡ଼ B2 ୪୦୯ ମାର୍କ ୬୮.୧%, ଥାର୍ଡ ଫୁଲକପ୍ରିତି ବେହେରା ଗ୍ରେଡ଼ B2 ୪୦୪ ମାର୍କ ୬୭.୩% ଏବଂ ଏହି ବର୍ଷ ଗ୍ରେଡ଼ B1 ୧୧ଜଣ, ଗ୍ରେଡ଼ C ୫୨ ଜଣ, ଗ୍ରେଡ଼ D ୬୭ ଜଣ, ଗ୍ରେଡ଼ E ୪୩ ଜଣ, ଉତୀର୍ଣ୍ଣ କରିଥିବା ଦେଖିବାକୁ ମିଳିଛି l ୩ ଜଣ ଛାତ୍ର ଫେଲ ହୋଇଥିବା ଜଣାପଡ଼ିଛି l ଶିକ୍ଷା ଉପରେ କିଛି ତ୍ରୁଟି ପୂର୍ଣ୍ଣ ହେତୁ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଫାଷ୍ଟ କ୍ଲାସ ବା ସେକେଣ୍ଡ କ୍ଲାସ ପାଇବାରେ ବଞ୍ଚିତ ତେଣୁ ବିଦ୍ୟାଳୟର ଶିକ୍ଷକଙ୍କୁ ଟିକାବାଲି ହାଇ ସ୍କୁଲ ଠାରୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଅଭିଭାବକଙ୍କ ମତ ରହିଛି l ଶିକ୍ଷା ର ବିକାଶ ପାଇଁ ସରକାର 5ଟି ନା ରେ କେତେ ଯୋଜନା କରିଛନ୍ତି ତାହା ନ କହିବା ଭଲ ଛାତ୍ର ଛତ୍ରୀ ଙ୍କୁ ପାଠ ପଡେଇବା ପାଇଁ ସରକାର ଶିକ୍ଷକଙ୍କୁ ଦରମା ଦିଅନ୍ତି l ଟିକାବାଲି ହାଇ ସ୍କୁଲ ର ଶିକ୍ଷା ଦାନ ରେ ଶିକ୍ଷକଙ୍କ ଅଭାବ ନାହିଁ, କଣ ପାଇଁ ଏହି ଚଳିତ ୨୦୨୪ ଶିକ୍ଷା ବର୍ଷ ରେ ଛାତ୍ର ଛାତ୍ରୀଙ୍କ ଫଳାଫଳ ପ୍ରଥମ ଶ୍ରେଣୀ ବା ଦ୍ୱତୀୟ ଶ୍ରେଣୀ ପାଇବା ରେ ବଞ୍ଚିତ ହେଉଛନ୍ତି ତାହା ଏବେ ପ୍ରଶ୍ନ ବାଚୀ ଶୃଷ୍ଟି ହେଉଛି l