ଟିକାବାଲି ସରସ୍ଵତୀ ଶିଶୁ ମନ୍ଦିରରେ ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ…
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଟିକାବାଲି ବଜାର ନିକଟରେ ଥିବା ସରସ୍ବତୀ ଶିଶୁ ମନ୍ଦିର ଟିକାବାଲିରେ ସାମୁହିକ ମାତୃ ସମ୍ମିଳନୀ ବିଦ୍ୟାଳୟର ଅନୁଷ୍ଠାନ ତରଫରୁ ଧୂମଧାମ ରେ ପାଳନ ହୋଇଯାଇଛି । ଏହି ମାତୃ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ଜନଜାତି ମର୍ଚ୍ଚ ବିଜେପି ଉପସଭାପତି ଶ୍ରୀ ରାମବିଶି ଦିଗାଲ , ଟିକାବାଲି ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର ଡାକୁଆ ,ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ, ଯୋଗ ଦେଇଥିବା ବେଳେ,ବିଦ୍ୟାଳୟର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ଦଳବେହେରା, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅତିଥି ପରିଚୟ ପ୍ରଦାନ ପାରିଥିଲେ। ଏହି ମାତୃ ସମ୍ମିଳନୀ କାର୍ଯ୍ୟକ୍ରମରେ ମୋଟ ୭୨ ଜଣ ଅଭିଭାବକ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଅଭିଭାବକ,ମାଆ ମାନଙ୍କ ମଧ୍ୟରେ ଝୋଟି ,ମୂଜିକ ଚଉକି ଓ ହୁଳହୁଳି ପ୍ରତିଯୋଗୀ କରାଯାଇ ପୁରସ୍କୃତ କରା ଯାଇଥିଲା। ଯାହାକି ଆଜିର ଏହି କାର୍ଯ୍ୟକ୍ରମ ରେ ବେଶ ଆକର୍ଷଣ ହୋଇଥିଲା l