ଟିକାବାଲି ସମିତି କାର୍ଯ୍ୟାଳୟ ଆଧାର ସଂଯୋଗକୁ ନେଇ ହୋ ହାଲ୍ଲା…………………………………..ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ଆଗରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି l ଯେ ସକାଳୁ 8 ଘଣ୍ଟିକା ଠାରୁ ଲୋକେ ଆସି ଲମ୍ବା ଧାଡ଼ିରେ ଠିଆ ହୋଇ ଆଧାର ରେ ମୋବାଇଲ ନଂ ଓ ଆଧାର କୁ ଓପଡେଟ କରିବାକୁ ନେଇ ଲୋକେ ଏଭଳି ହନ୍ତସନ୍ତ ହେଉଛନ୍ତି ଯେ କହିଲେ ନ ସରେ l ଗୋଟିଏ ପଟେ ସରକାର ଙ୍କ ସୁଭଦ୍ରା ଯୋଜନା ରେ ସାମିଲ ହେବା ଏବଂ ଅନ୍ୟ ପଟେ ସରକାର ଙ୍କନିଷ୍ପତି ଅନୁସାରେ ରେସନ କାର୍ଡ ରେ EKYC ଉପଡେଟ ସମସ୍ତ ଙ୍କୁ ବାଧ୍ୟ୍ୟ କରୁଛି ଆଧାର କେନ୍ଦ୍ରକୁ ଗହଳି କରିବା ଓ ଭିଡ଼ ଜମାଇବା ପାଇଁ l ସେନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକାବାଲି ଙ୍କୁ ଏବଂ ଦାୟିତ୍ୱ ରେ ଥିବା ଆଧାରବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ରୁ ଜଣା ପଡିଛି ଯେ ବେଳେ ବେଳେ ଯାନ୍ତ୍ରିକ ତୃଟି ଏବଂ ସରବର ଡାଉନ ଯୋଗୁଁ ଏଭଳି ସମସ୍ୟାର ସମ୍ବୁଖିନ ହେବାକୁ ପଡୁଛି l ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଏବଂ ଲୋକେ କିପରି ସୁବିଧା ରେ ଆଧାର ସଂଶୋଧନ କରିବେ ସେଥି ପାଇଁ ପ୍ରତି ପଂଚାୟତ ରେ ଆଧାର ଅପଡେଟ ପାଇଁ ସୁ -ବ୍ୟବସ୍ଥା କରି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି l ତେଣୁ ସମସ୍ତେ ବ୍ୟସ୍ତ ଓ ବିବ୍ରତ ନ ହୋଇ ନିର୍ଦ୍ଧାରିତ ସମୟଓ ତାରିଖ ରେ ନିଜ ନିଜ ଗ୍ରାମପଞ୍ଚାୟତ ରେ ଉପସ୍ଥିତ ରହି ଆଧାର ସଂଶୋଧନ କରିପାରିବେ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଟିକାବାଲି ଅତିରିକ୍ତ ଗୋଷ୍ଠୀଉନ୍ନତୟନ ଅଧିକାରୀ ସୁନୀଲ କୁମାର ମଳିକଙ୍କ ସୂଚନା l
Related Posts
ସିଜିମାଳି ଖଳି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ ।
ସିଜିମାଳି ଖଳି ଖନନ ନିମନ୍ତେ ପ୍ରଭାବିତ ଅଞ୍ଚଳ ବାସୀଙ୍କ ବିଶାଳ ପଦଯାତ୍ରା ସହ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ ।…
ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ l
ଚତୁର୍ଦ୍ଧାମୂର୍ତ୍ତି’ଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ l ଗଜପତି (୧୮/୭/୨୦୨୪– ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି’ଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ କିସ୍ତି ଚାଷୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଅର୍ଥ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ କିସ୍ତି ଚାଷୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଅର୍ଥ । ଗଜପତି – ମନୋଜ କୁମାର ପାଢୀ/ m ଓଡ଼ିଶାର…