ଟିକାବାଲି ରେ ଲଘୁଚାପ ପ୍ରବଳ ବର୍ଷା ଯୋଗୁଁ ଗାଁ ଠୁ ସହର ରାସ୍ତା ଘାଟ ଜନଶୂନ୍ୟ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାତି ଠାରୁ ଲଗାତାର ବର୍ଷା ହେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଇଥିବା ଦେଖିବାକୁ ମିଳିଛି | ପଶ୍ଚିମ ଓଡିଶାର ବଡ ପର୍ବ ତଥା ଆନନ୍ଦର ଭାଇ ଚାରା ପର୍ବ ନୁଆଁଖାଇ ପର୍ବ ପାଇଁ ଆଜି ଓଡିଶା ସରକାରୀ ଛୁଟି ଘୋଷଣା ହୋଇ ଥିବା ଯୋଗୁଁ ସ୍କୁଲ କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଛୁଟି ଥିବା ହେତୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଟିକେ ବର୍ଷା ରୁ ତ୍ରାହି ମିଳିଛି | ଲଘୁଚାପ ଜନିତ ବର୍ଷା ହେବା ଦ୍ୱାରା ସନ୍ଧ୍ୟା ୭ଘଣ୍ଟିକା ପର୍ଯ୍ୟନ୍ତ ଟିକାବାଲି ଅଞ୍ଚଳରେ କୌଣସି କ୍ଷୟକ୍ଷତି ର ଖବର ଆସିନଥିବା ଟିକାବାଲି ତହସିଲଦାର ଶ୍ରୀମତୀ ନର୍ମଦା ନାୟକ କହିଛନ୍ତି | ଏହି ବର୍ଷା ଫଳରେ ଗଣେଶ ପୂଜାର ଭସାଣି ରେ ଟିକେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି |ଫଳରେ ସ୍କୁଲ କଲେଜ ଗୁଡିକରେ ବିସର୍ଜନ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ଅର୍ଥାତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଆଜି ପ୍ରବଳ ବର୍ଷା ପାଇଁ କୌଣସି ସ୍କୁଲ ରେ ଭସାଣି ହୋଇନ ଥିବା ବେଳେ ଆସନ୍ତା କାଲି ପ୍ରାତଃ ସମୟରେ ଭସାଣି ପରେ ସ୍କୁଲ ଗୁଡ଼ିକରେ ପାଠ ପଢ଼ା ଯିବ ବୋଲି କହିଛନ୍ତି |ଏହି ବର୍ଷା ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ଥିବା ଦେଖା ଯାଇଛି କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଡେ ବାହାରି ପାରିନାଁହାନ୍ତି ଲୋକେ ଫଳରେ ଟିକାବାଲି ବଜାର ପୁରା ଜନ ଶୂନ୍ୟ ହୋଇ ଥିବା ଦେଖିବାକୁ ମିଳିଥିଲା | ଗାଁ ଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ରେ ଜୀବଜନ୍ତୁ ପ୍ରାଣୀ ଧନ ଚୋରିବା ରେ ଅସୁବିଧାରେ ସମ୍ମୁଖୀନ ହେଇଥିବା ଦେଖିବାକୁ ମିଳିଛି |
Related Posts

ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼-୯,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ…

ପରିବାରର ସାନ ଗେଲ୍ଲା ପୁଅ ଟୁଟୁଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତରେ ପରୋଳକ
ପରିବାରର ସାନ ଗେଲ୍ଲା ପୁଅ ଟୁଟୁଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତରେ ପରୋଳକ ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରୁ ଫୁଲବାଣୀ ଜାତୀୟ…

ରାଜ୍ୟସ୍ତରୀୟ ପୋଷଣ ମାସ- ୨୦୨୪ ଉତ୍ସବ ଆୟୋଜିତ
ରାଜ୍ୟସ୍ତରୀୟ ପୋଷଣ ମାସ- ୨୦୨୪ ଉତ୍ସବ ଆୟୋଜିତ ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ…