ଟିକାବାଲି ରେ ବ୍ଲକ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ………………………………..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ମାଁ ବୈରଭି କଲ୍ୟାଣୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଜାତୀୟ ପ୍ରାଣୀଧନ ମେଳା ଅନୁଷ୍ଠିତ ହୋଇଛି l ଏହି ମେଳା ଟି ଟିକାବାଲି ଗୋଷ୍ଠୀ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ଃ ସେକ ଜାଭିର ଅଲ୍ଲୀ ଙ୍କ ତତ୍ୱବଧାନ ରେ ଏଗାର ଗୋଟି ଗ୍ରାମପଞ୍ଚାୟତ ର ପ୍ରାଣୀଧନ ଚାଷୀ ଉପସ୍ଥିତ ରହି ପ୍ରାଣୀ ମାନଂକୁ କିପରି ଲାଳନ ପାଳନ କରିବା ଏବଂ ପ୍ରତ୍ୟେକ ସମୟରେ ପ୍ରାଣୀଧନ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗ ସୂତ୍ର ରଖିବା ଓ ସରକାର ଯୋଜନା ଉପରେ ଅବଗତ ହେବା ସେ ନେଇ ଆଜିର ଏହି କର୍ମଶାଳା ର ମୁଖ୍ୟ ଉର୍ଦ୍ଧେଶ୍ୟ ଥିଲା l ବିଶେଷ କରି ଛେଳି ଚାଷ, କୁକୁଡ଼ା ଚାଷ, ଓ ଗୋ ପାଳନ, କରି ସମସ୍ତେ କିପରି ଆତ୍ମନିର୍ଭର ଶିଳ ହୋଇପାରିବେ l ଓ ଆର୍ଥିକ କ୍ଷେତ୍ର ରେ ସ୍ୱାବଲମ୍ବୀ ହୋଇ ପରିବାର ପ୍ରତିପୋଷଣ କରିବେ ସେ ନେଇ ଚାଷୀଙ୍କୁ ଉତ୍ସାହିତ କରିକରାଯଇଥିବା ଦେଖିବା କୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜି ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର, ଓ ସଂମ୍ମାନିତ ଅତିଥି ଭାବରେ ନୂତନ ଭାବ ରେ ଦାୟିତ୍ୱ ଗ୍ରହଣ କରିଥିବା ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଦିକ୍ଷିତ,ଓ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡ଼ଃ ସଂଜୀବ ପଟେଲ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଡ଼ଃ ଲମ୍ବୋଦର ମହାପାତ୍ର, ଏବଂ ସୁଦୂର ବରଗଡ଼ ଜିଲ୍ଲାର ଅତିରିକ୍ତ ପ୍ରାଣୀଧନ ଅଧିକାରୀ ଡ଼ଃ ସୁଶାନ୍ତ ନାୟକ ଏବଂ ତତ୍କାଳୀନ ବିଧାୟିକା ଅଜୟନ୍ତୀ ପ୍ରଧାନ ସାଂସଦ ପ୍ରତିନିଧି ଅନିଲ ପ୍ରଧାନ ମଣ୍ଡଳ ସଭାପତି ଜିତେନ୍ଦ୍ର ଡାକୁଆ, ସମେତ ଏଗାର ଗୋଟି ଗ୍ରାମପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ରହି ଆଜିର ଏହି ପ୍ରାଣୀଧନ ମେଳା ଟିକୁ ଆକର୍ଷିତ କରିବା ସହିତ ମେଳା ରେ ଆୟୋଜିତ ଥିବା କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଦ୍ୱାରା ଷ୍ଟୋଳ ଗୁଡିକ ପରିଦର୍ଶନ କରିଥିଲେ ସମସ୍ତେ ଚାଷୀ ଭାଇ ଓ ଭଉଣୀ ମାନେ l ଏହି ଅବସରରେ ଏକ ସଫଳ ଗାଈ ଚାଷୀ ଭାବରେ ମାନେଶ୍ଵର ନାୟକ, ସଫଳ କୁକୁଡ଼ା ଚାଷୀ ଭାବରେ ରାଜୀବ ପ୍ରଧାନ, ସଫଳ ଛେଳି ଚାଷୀ ଭାବରେ ସେନାପତି ପ୍ରଧାନ ସନତ ପ୍ରଧାନ, ତ୍ରିନାଥ ପ୍ରଧାନ, ସଫଳ ଘୁଷୁରୀ ଚାଷୀ ଭାବରେ ଲୁଲୁ ବେହେରା ଙ୍କୁ ଓ ସଫଳ କୁକୁଡ଼ା ଚାଷୀ ଭାବରେ ଜୀବନ ଜ୍ୟୋତି ସ୍ୱୟଂସହାୟକ ଦଳ ଓ ସଫଳ ଛେଳି ଚାଷୀ ଭାବ ରେ ଧରିତ୍ରୀ ସ୍ୱୟଂସହାୟକ ଦଳ କୁ ମାନ ପତ୍ର ଦେବା ସହିତ ମଞ୍ଚଶମ୍ବୁଖରେ ଉତ୍ସାହିତ କରିଥିଲେ ଉପସ୍ଥିତ ଗୋଷ୍ଠୀଉନ୍ନୟନ ଅଧିକାରୀ ଓ ସମିତି ଅଧ୍ୟକ୍ଷ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ l ଏହି କାର୍ଯ୍ୟକ୍ରମ ଟିକୁ ପୂର୍ଣ୍ଣ ସହଯୋଗ କରିଥିଲେ ଡ଼ଃ ଅସୀମ ପାତ୍ର, ଓ ଡ଼ଃ ଆୟୁଷ୍ମାନ ସାହୁ, ଓ ଶ୍ରୀ ସର୍ପଷଣ ମିଶ୍ର, ଧୀରେନ୍ଦ୍ର ପ୍ରଧାନ ଏବଂ ଝିଲି ସାହୁ l ଟିକାବାଲି ଅଞ୍ଚଳ ରେ ଏପରି ଏକ ଲୋକାଭି ମୁଖି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳ ବାସୀ ବେଶ ପ୍ରଶଂସନୀୟ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଥିବା ଜଣା ପଡିଛି l