ଟିକାବାଲି ରେ ଏଟିଏମ୍ ଅଚଳ,ଟଙ୍କା ଉଠାଇବା ପାଇଁ ଆସିଥିବା ଗ୍ରାହାକ ହନ୍ତସନ୍ତ…———————————
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରେ ଗ୍ରାହକଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗି ରହିଛି। ବର୍ତ୍ତମାନ ଟିକାବାଲି ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ତିନୋଟି ରହିଅଛି। ହେଲେ ଗୋଟାଏ ଏଟିଏମ୍ ଚାଲୁ ରହୁଥିବା ବେଳେ ଆଉ ୨ ଗୋଟି ଏଟିଏମ୍ ୩ ଦିନ ହେବ ଅଚଳ ହୋଇ ପଡ଼ି ରହିଥିବାରୁ ଜନସାଧାରଣ ଗୋଟାଏ ଏଟିଏମ୍ ରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଟିକାବାଲି ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଟିକାବାଲି ବ୍ଲକ୍ ସମେତ ଚକାପାଦ ବ୍ଲକ୍ ର ଲୋକ ବ୍ୟାଙ୍କ୍ ଉପରେ ଦୈନିକ କାରବାର କରିଥାନ୍ତି । ଏଭଳି ଜରୁରୀ ପରିସ୍ଥିତି ରେ ଗ୍ରାହାକ ଟଙ୍କା ଉଠାଇବା ଏବଂ ଜମା କରିବା ରେ ବାଧା ସୃଷ୍ଟି ହେଉଛି । ଏହି ବିଷୟରେ ଆମେ ଶାଖା ପରିଚାଳକଙ୍କୁ ପଚାରିବୁଝୀ ବାରୁ କହିଥିଲେ ଯେ ଗୋଟାଏ ଏଟିଏମ୍ ଦିର୍ଘବର୍ଷ ହୋଇଗଲାଣି ତେଣୁ ନୂତନ ଏଟିଏମ୍ ବସାଜିବ ଏବଂ ଆଉ ଦୁଇଗୋଟି ଏଟିଏମ୍ ତୁରନ୍ତ କାର୍ଯ୍ୟକାରୀ ହେବାପାଇଁ ଉପର ଅଧିକାରୀ ଙ୍କୁ ଏହି ବିଷୟରେ ଅବଗତ କରିଛି ବୋଲି ଶାଖା ପରିଚାଳକ ସୂଚନା ଦେଇଥିଲେ । ହେଲେ ବର୍ତ୍ତମାନ ଏଟିଏମ୍ କେତେଦିନ ମଧ୍ୟରେ କାର୍ଯ୍ୟକାରୀ ହେଉଛି ତା ଦେଖିବାର ବାକି ରହିଲା ।