ଟିକାବାଲି ବ୍ଳକ ରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଟିକାବାଲି ବ୍ଳକ ରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ………

କନ୍ଧମାଳ :-(କୁନା ଦିଗାଲଙ୍କ ରିପୋର୍ଟ the information media ) କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମତି ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଜନଶୁଣାରେ ପ୍ରଶାସନ ଅଧିକାରୀ ପିଏ ଆଇ ଟି ଡିଏ , ଗଦାଧର ପାତ୍ର, ବାଲିଗୁଡ଼ା ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଧିରଜ୍ ପାତ୍ର , କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ହରିଶ୍ ବିଶି, ଏସ୍ ଡି ପିଓ ବିଜୟ କୁମାର ବିଶି, ତହସିଲଦାର ନର୍ମଦା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦିକ୍ଷୀତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର କହଁର, ଏ ପି ଡି, ନରେନ୍ଦ୍ର ନାୟକ, ଉପସ୍ଥିତ ରହି ବିଭିନ୍ନ ସ୍ଥାନୀୟ ସମସ୍ୟା ର ସମାଧାନ ପାଇଁ ଜନସାଧାରଣ ଙ୍କ ସାମୁହିକ ଓ ବ୍ୟକ୍ତି ଗତ ସମସ୍ୟା ଉପରେ ଏକ ସାର୍ବଜାନିନ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗିୟ ଅଧିକାରୀ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜଗନ୍ନାଥ ସାହାଣୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ ଅଧିକାରୀ, ସୋଇଲ କୋଞ୍ଜୋର ବେସନ ଅଧିକାରୀ, ପ୍ରମୁଖ ଉପସ୍ଥିତ ରହି ଟିକାବାଲି ବ୍ଲକର ୧୧ ଗୋଟି ପଞ୍ଚାୟତର ପୁରୁଷ ମହିଳା, ବୃଦ୍ଧ ବୃଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ପ୍ରାୟ ଭୁମିହିନ ରେସନକାଡ, ଭତା, ପିଇବା ପାଣିର ସମସ୍ୟା , ରାସ୍ତା , ଲେଣ୍ଡେ ଡିସ୍ ପୁଟ୍ ମିଶନ ଶକ୍ତିର ଗ୍ରୁପ ମାଁ ମାନଙ୍କର ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଥିବା ରୁ ୪ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ପାଇ ନଥିବାରୁ ଅଭିଯୋଗ କରିଛନ୍ତି। ଏଭଳି ବିଭିନ୍ନ ସମସ୍ୟ ଉପରେ ଅଭିଯୋଗ ଶୁଣିବା ସହିତ ସମସ୍ୟା ର ସମାଧାନ ପାଇଁ ସମସ୍ତ ଅଧିକାରୀଙ୍କୁ ପିଏ ଆଇଟି ଡିଏ ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ଶର୍ବମୋଟ ୧୮ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ସମସ୍ୟା ୯ ଗୋଟି ବ୍ୟକ୍ତିଗତ ସମସ୍ୟା ୯ ଗୋଟି ରେଜିଷ୍ଟର ହୋଇଥିବା ବେଳେ କଇଁଝର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗଞ୍ଜୁକଲା , ଡକପଦର ଗ୍ରାମର ୫୮ ଯୋଣଙ୍କୁ ଭୁମିହିନ ପଟା ପ୍ରଦାନ କରା ଯାଇଥିଲା । ଏହି ଅଭିଯୋଗ ଶୁଣାଣିରେ ଟିକାବାଲି ବ୍ଲକର ୧୧ ପଞ୍ଚାୟତର ଜନସାଧାରଣ ଏବଂ ବ୍ଲକ୍ ର ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *