ଟିକାବାଲି ବ୍ଳକର ବିଭିନ୍ନ ବିଦ୍ୟାଳୟଓ କାର୍ଯ୍ୟଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳନ….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ର ବିଭିନ୍ନ ଅଞ୍ଚଳରେ ୭୬ତମ ସାଧାରଣତନ୍ତ୍ର ପାଳନ ହୋଇଯାଇଛି l ପ୍ରଥମେ ଟିକାବାଲି ବ୍ଳକ କାର୍ଯ୍ୟଳୟ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସେହିପରି ସାମ୍ବାଦିକ ସଂଘ ଟିକାବାଲି ରେ ଉପସଭାପତି ଶ୍ରୀ ରାଜକିଶୋର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଟିକାବାଲି କଲେଜ ଠାରେ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି, ଏବଂ ଏସ ଟି ଯହୋନ ସ୍କୁଲ ଠାରେ ପ୍ରିନସିପାଲ ଶ୍ରୀ ରଂଜିତ ଦିଗାଲ, ସେବା ଇଙ୍ଗିଲିସ ମିଡ଼ିୟ ସ୍କୁଲ ଠାରେ ପ୍ରିନସିପାଲ ଶ୍ରୀମତୀ ନୂତନ ନାୟକ ପତାକା ଉତ୍ତୋଳନ କରିଥିଲେ l ସେହିପରି ଟିକାବାଲି ହାଇ ସ୍କୁଲ ଖେଳ ପଡିଆରେ ଠାରେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଦୀକ୍ଷିତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଗଣତନ୍ତ୍ର ଦିବସରେ ଟିକାବାଲି ହାଇ ସ୍କୁଲ ଖେଳପଡିଆରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛତ୍ରୀ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ l ହାଇ ସ୍କୁଲ ଖେଳ ପଡିଆରେ ରେ ସଂମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, କାର୍ଯ୍ୟନିର୍ବାହୀ ଅଧିକାରୀ ବଣ୍ଟି ଚୌଧୁରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି, ସ୍ଥାନୀୟ ସରପଞ୍ଚ ଯୋଗ ଦେଇଥିବା ବେଳେ ସୌନିକ ସଂଘର ଉପଦେଷ୍ଟା ସୁବେଦାର ମେଜର ନବୀନ ପ୍ରଧାନ,ସୁବେଦାର ମେଜର ଉଦ୍ଧବ ମଲିକ, ସୁବେଦାର ମେଜର ରମେଶ ଦିଗାଲଙ୍କୁ ବ୍ଳକ ପ୍ରଶାସନ ତରଫରୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଦନା କରାଯାଇଥିଲା l ଜନସେବା ପାଇଁ ଅଞ୍ଚଳର ଲୋକ ପ୍ରିୟ ହିରୋ ନାୟକଙ୍କୁ ଟ୍ରପି ଦେଇ ସମ୍ବର୍ଦ୍ଦନା କରାଯାଇଛି l ଗଣତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପ୍ୟାରେଡ଼ ଅଭିବାଦନ କରିଥିଲେ l ଜାନୁୟାରୀ ୨୬ ସାଧାରଣ ତନ୍ତ୍ର ଦିବସ ରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛତ୍ରୀ ଗୀତ, ନୃତ୍ୟ,ଖେଳ, ଚିତ୍ରାଙ୍କନ, ବିଭିନ୍ନ ପ୍ରତିଯୋଗିତା ରେ କୃତି ଲାଭ କରିଥିବା ଛାତ୍ର ଛତ୍ରୀଙ୍କୁ ମାନ ପତ୍ର ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ କୁ ପୋଲିସ ପ୍ରଶାସନ ସହଯୋଗ କରିଥିଲେ ଓ ସୁନ୍ଦର ଭାବରେ ଦୀନାକୃଷ୍ଣ ମହାପାତ୍ର ପରିଚାଳନା କରିଥିଲେ l
