ଟିକାବାଲି ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ପାଡ଼ି ଙ୍କୁ ସାମ୍ବାଦିକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା….
କନ୍ଧମାଳ :- (କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲଙ୍କ ରିପୋର୍ଟ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଡ଼ିଙ୍କୁ ସାମ୍ବାଦିକ ସଂଘ ଟିକାବାଲି ତରଫରୁ ବିଦାୟ କାଳୀନ ଅବସର ପ୍ରାପ୍ତ ସମ୍ବର୍ଦ୍ଧନା ଦିଆଗଲା l ଟିକାବାଲି ବ୍ଲକ ରେ ଦୀର୍ଘ ବର୍ଷ ରହି ଟିକାବାଲି ଅଞ୍ଚଳର ବିଭିନ୍ନ ଛୋଟ ରୁ ବଡ଼ ସମସ୍ୟା କୁ ପୁଙ୍ଖାନୁପୁଙ୍ଖ ଭାବରେ ସମାଧାନ କରିବାରେ ପ୍ରଶାସନ ବିଭାଗ ର ଦାୟିତ୍ୱ କୁ ନିର୍ବାହ କରି କାର୍ଯକାଳ ଶେଷ ଦିନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରେ ନିଭାଇ ଥିବା ଦେଖିବାକୁ ମିଳିଛି l ବ୍ଲକ ରେ ସମସ୍ତେ ଖୁସି ରେ ରହୁଥିବା କର୍ମଚାରୀ ଆଜି ବ୍ଲକ ଅଧିକାରୀ ଶ୍ରୀ ମନୋଜ କୁମାର ପାଡ଼ିଙ୍କର କାର୍ଯ୍ୟକାଳ ବା ଅବସର ଶେଷ ହେଉଛି ବୋଲି ସମସ୍ତେ ଏକତ୍ରିତ ହୋଇ ବିଦାୟ କାଳୀନ ସଭା ରେ ସମ୍ବର୍ଦ୍ଧନା କରିଥିଲେ l ଶ୍ରୀଯୁକ୍ତ ମନୋଜ କୁମାର ପାଡ଼ି ପ୍ରଶାସନ ଅଧିକାରୀ ଭାବରେ ହେଉ ବା ସାଧାରଣ ଲୋକ ପରି ଅଞ୍ଚଳ ରେ ଅଳ୍ପ ଦିନ ଭିତରେ ସମସ୍ତ ଗ୍ରାମପଞ୍ଚାୟତ ର ଜନସାଧାରଣଙ୍କ ସହିତ ସାଙ୍ଗ ସାଥୀ ପରି ଚଳି ଆସିଛନ୍ତି l ତେଣୁ ଆଜି ତାଙ୍କରି ଅବସରର ସମୟ ଆସିବା ରୁ ଟିକାବାଲି ବ୍ଲକ ରୁ ଏକ ସରଳ, ନମ୍ର ମେଳାପୀ ସ୍ୱ ହୃଦୟ ପ୍ରଶାସନ ଅଧିକାରୀ ଶ୍ରୀ ପାଡ଼ିଙ୍କୁ ସାମ୍ବାଦିକ ସଂଘ ତରଫରୁ ବିଦାୟ ସମ୍ବର୍ଦ୍ଧନା କରାଗଲା l ଶ୍ରୀ ପାଡ଼ିଙ୍କର ସାମ୍ବାଦିକ ସଂଘ ଟିକାବାଲି ପ୍ରତି ଅତୁଳନୀୟ ଭଲ ପାଇବା ଥିଲା ଏବଂ ସର୍ବଦା ରହିବ ବୋଲି ଗଣମାଧ୍ୟମ ପ୍ରତନିଧି ଙ୍କୁ ମତ ପ୍ରକାଶ କରିଛନ୍ତି l