ଟିକାବାଲି ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଟିକାବାଲି ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ………

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମତି ସଭା ଗୃହଠାରେ ଟିକାବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦିକ୍ଷୀତ ତତ୍ବ ଅବଧାନରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରୀତ ଋତୁରାଜଙ୍କ ଉପପସ୍ଥିତିରେ ଜନଶୁଣାଣୀ ଅନୂଷ୍ଠୀତ ହୋଇଥିଲା। ଜିଲ୍ଲାପାଳ ଏବଂ ପିଡି ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହି ଅଧିକାରୀ ଶ୍ରୀ ଯୁକ୍ତ ଶମ୍ଭୁନାଥ ନନ୍ଦୀ ଙ୍କ ଉପସ୍ଥିତ ଆଜି ଅଭିଯୋଗ ଶୁଣାଣୀ କରିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ ବାଲିଗୁଡା ଉପ ଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନ, ପ୍ରକଳ୍ପ ପ୍ରଶାସକ , ଆଇ ,ଟି ଡିଏ , ବାଲିଗୁଡା କୃପାସିନ୍ଧୁ ବେହେରା , ଜି ଉଦୟଗିରି ଏସ୍ ଡି ପି ଓ, ବିଜୟ କୁମାର ବିଶି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ସାଧବାଣୀ ନାୟକ, ଯୋଗ ଦେଇଥିବା ଦେଖିବାକୁ ମିଳିଛି l ବିଭିନ୍ନ ସ୍ଥାନୀୟ ସମସ୍ୟା ର ସମାଧାନ ପାଇଁ ଜନସାଧାରଣ ଙ୍କ ସାମୁହିକ ଓ ବ୍ୟକ୍ତି ଗତ ସମସ୍ୟା ଉପରେ ଏକ ସାର୍ବଜାନିନ ଅଭିଯୋଗ ଶୁଣାଣୀ  ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବିଭାଗିୟ ଅଧିକାରୀ, ସମେତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜଗନ୍ନାଥ ସାହାଣୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଉଦ୍ୟାନ ଅଧିକାରୀ, ସୋଇଲ କୋଞ୍ଜୋର ବେସନ ଅଧିକାରୀ, ସମେତ  ଉପସ୍ଥିତ ରହି ଟିକାବାଲି ବ୍ଲକର ୧୧ ଗୋଟି ପଞ୍ଚାୟତର ପୁରୁଷ ମହିଳା, ବୃଦ୍ଧ ବୃଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ପ୍ରାୟ ଇନ୍ଦିରା ଆବାସ ,ରେସନକାଡ, ଭତା, ପିଇବା ପାଣିର ଶମସ୍ୟା , ରାସ୍ତା , ଟିକାବାଲି ବଜାର ରେ ଷ୍ଟ୍ରୀଟ୍ ଲାଇଟି ବ୍ୟବସ୍ଥା, ନୂଆଁ ବସ୍ ଷ୍ଟାଣ୍ଡରେ କାର୍ଯ୍ୟ କରୁଥିବା ସିକ୍ରୁଟି ମାନଙ୍କୁ ଦରମା ବୃଦ୍ଧି, ଲେଣ୍ଡେ ଡିସ୍ ପୁଟ୍ ଏଭଳି ବିଭିନ୍ନ ସମସ୍ୟ ଉପରେ ଅଭିଯୋଗ ଶୁଣିବା ସହିତ ସମସ୍ୟା ର ସମାଧାନ ପାଇଁ ସମସ୍ତ ଅଧିକାରୀଙ୍କୁ ପିଡି ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ  ଶର୍ବମୋଟ  ୧୦୪ ଗୋଟି  ଅଭିଯୋଗ ଆସିଥିବା ବେଳେ ସାମୁହିକ ସମସ୍ୟା ୧୪  ଗୋଟି  ବ୍ୟକ୍ତିଗତ ସମସ୍ୟା ୯୦  ଗୋଟି  ରେଜିଷ୍ଟର ହୋଇ ଥିବା ଜଣାପଡି । ଏହି ଅଭିଯୋଗ ଶୁଣାଣିରେ ଟିକାବାଲି ବ୍ଲକର ୧୧ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ସମିତିସଭ୍ୟା, ଏବଂ ଓ୍ବାର୍ଡସବ୍ୟ, ସଭ୍ୟା, ଏବଂ ବ୍ଲକ୍ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *