ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ
କନ୍ଧମାଳ :- (ରିପୋର୍ଟ :କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସମିତି କାର୍ଯ୍ୟାଳୟ ସଭାଗୃହ ଠାରେ ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁରଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଦିଗାଲ ପ୍ରଥମେ ପୂର୍ଵ ବୈଠକର ବିବରଣୀ ପଠନ କରି ଟିକାବାଲି ସମିତି କାର୍ଯ୍ୟାଳୟ ଅଧୀନରେ ଆସୁଥିବା୧୧ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ମେମ୍ବର ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ତହସିଲଦାର ନର୍ମଦା ନାୟକ, ସାଧଵାଣି ନାୟକ, ପ୍ରଶ୍ମିତା ପ୍ରଧାନ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ l
ଏହି ସଭାରେ ବିଭିନ୍ନ ବିଭାଗର ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଅତି ରୋମାଞ୍ଚକ ଓ ଆକର୍ଷଣୀୟ ହୋଇଥିଲା l ଜନପ୍ରତିନଧି ମାନେ ଵିଭାଗୀୟ ଅଧିକାରୀଙ୍କୁ ଗୁଡେଇ ତୁଡେଇ, ସରକାରୀ ଯୋଜନା ଉପରେ ପ୍ରଶ୍ନ ଉପରେ ପ୍ରଶ୍ନ ବର୍ଷା କରିଥିଲେ l ଯାହାକି ଅଧିକାରୀ ମାନେ ଉତ୍ତର ରଖିବାକୁ ବାଧ୍ୟ୍ୟ ହୋଇଥିବା ଜଣାପଡିଛି l ସମସ୍ତ ପ୍ରଶ୍ନକାଳ ମଧ୍ୟରେ ଅତି ଜୋର ଧରିଥିଲା ଶିଶୁଵିକାଶ ଯୋଜନାରେ ଅନିୟମିତତା, ଅଙ୍ଗନବାଡି କେନ୍ଦ୍ରରେ ପଚା ଅଣ୍ଡା ବଣ୍ଟନ, ଅତି ନିମ୍ନ ମାନର ଛତୁଆ ବଣ୍ଟନ, ପାଚିକା ମାଙ୍କ ସ୍ଥାୟୀ ନିଯୁକ୍ତି ରେ ଘଟଲା,ବିଦ୍ୟୁତ ସଂଯୋଗୀ କରଣ, ପକ୍କାଘର, ପାନୀୟ ଜଳ , ସାମାଜିକ ସୁରକ୍ଷା ଯୋଜନା, ରାସନ କାର୍ଡ ରେ ନାମ ସଂଯୋଗ, ଆମ ଓଡିଶା ନବୀନ ଓଡିଶା ରେ ପ୍ରତି ପଂଚାୟତ କୁ ଆସିଥିବା ୫୦ ଲକ୍ଷ ଟଙ୍କାର ଅନିୟମିତତା କୁ ନେଇ, ମଧ୍ୟ ଆଜିର ଅଧିବେଶନ ର ମୁଖ୍ୟ ପ୍ରସଙ୍ଗ ହୋଇ ହୋ ହାଲ୍ଲା ହୋଇଥିବା ଦେଖିବାକୁ ମିଳିଛି l ଆଉ ଏକ ମୁଖ୍ୟ ସମସ୍ୟା ପାନୀୟ ଜଳ ପାଇଁ ମେଘା ପ୍ରକଳ୍ପ କଥା ବି ଜୋର ଧରିଥିଲା l ଏହା ସହିତ ଶିକ୍ଷା ସ୍ୱାସ୍ଥ୍ୟ,କୃଷି ରାସ୍ତାଘାଟ,ପଶୁପାଳନ,
ଜଳସେଚନ , ଉପରେ ଦେଖା ଯାଉଥିବା ସମସ୍ୟା ଉପରେ ଉପସ୍ଥିତ ଜନପ୍ରତିନିଧି ମାନେ ବିଭାଗୀୟ ଅଧିକାରୀଙ୍କୁ ଗୁରୁତର ସହିତ ଗ୍ରହଣ ଯେପରି କରିବେ ଏବଂ ତାର ଆଶୁସମାଧାନ କିପରି କରିବେ, ଏବଂ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଯେପରି ଆଗାମୀ ସମସ୍ତ କାର୍ଯ୍ୟକ୍ରମ ରେ ଅଣଦେଖା କରିବେନି ସେ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଛି l ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା l