ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ଠାରେ ଜଳ ଓ ପରିମଳ ଉପରେ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ…
କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ହୃଦରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ର ମୁଖ୍ୟ ବିଷୟଥିଲା ଜଳ ଓ ପରିମଳ ଉପରେ ସମସ୍ତେ କିପରି ସଚେତନତା ଲାଭ କରିବେ l କାରଣ ଜଳ ସହିତ ପରିମଳ ବ୍ୟବସ୍ତା ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ମନ୍ତ୍ର ଅଟେ l ଜଳ ହଁ ଜୀବନ ତେଣୁ ଜଳ ର ଉପକାରିତା ଆମ ଦୈନନ୍ଦିନ ଜୀବନପାଇଁ ଏକାନ୍ତ ଆବଶ୍ୟକ କାରଣ ଜଳ ବିହୁନେ ଆମେ କେହିବି ବଞ୍ଚି ପରିବା ନାହିଁ l ତେଣୁ ସମସ୍ତେ କିପରି ଜଳ ର ସୁରକ୍ଷା କରିବା ଏବଂ ଆବଶ୍ୟକ ଅନୁସାରେ ଜଳ କୁ ବ୍ୟବହାର କରିବା ସେନେଇ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିବା ଜରୁରୀ ଅଟେ l ଟିକାବାଲି ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଥିବା ଜଳ ଓ ପରିମଳ କମିଟି କୁ କ୍ରିୟାଶିଳ କରିବା ପାଇଁ ସମସ୍ତ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଲିମ୍ ଦିଆଯାଇଛି l ସେମାନେ ସମସ୍ତ ଗ୍ରାମକମିଟି କୁ ତାଲିମ୍ ଦେବାର କାର୍ଯ୍ୟକ୍ରମ ଆଗକୁ ରହିଛି l ଏହି କାର୍ଯ୍ୟକ୍ରମ ରେ ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର,ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ସୁନୀଲ କୁମାର ମଳିକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, ଗ୍ରାମପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ଦିଗାଲ,କଇଁଝର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁନିତା କହଁର, ବୁର୍ବୀନାଜୁ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ, ପିକରଡ଼ି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁବି ପ୍ରଧାନ, ଏବଂ ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ, ଅଧିକାରୀ,ସମିତି କର୍ମଚାରୀ,ଟିକାବାଲି ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି l