ଟିକାବାଲି ଥାନାରେ ନୂତନ ଭାରତର ନୂତନ ଆଇନ ଉପରେ ସଚେତନ କାର୍ଯ୍ୟକ୍ରମ

ଟିକାବାଲି ଥାନାରେ ନୂତନ ଭାରତର ନୂତନ ଆଇନ ଉପରେ ସଚେତନ କାର୍ଯ୍ୟକ୍ରମ

କନ୍ଧମାଳ :(ରିପୋର୍ଟ କୁନା ଦିଗାଲ ):କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ଥାନାରେ ଆଜି ସାରା ଭାରତରେ,୧ ଜୁଲାଇ ୨୦୨୪ ରେ, ପ୍ରଣୟନ ହୋଇଥିବା ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଯଥା ଇଣ୍ଡିଆନ ପେନାଲ କୋର୍ଡ ୧୮୬୦ ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩,କୋର୍ଡ ଅଫ କ୍ରିମିନାଲ ପ୍ରୋସିଜର ୧୯୭୩ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଇଣ୍ଡିଆନ ଏଭିଡେଂସ ଆକ୍ଟ ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ଉପରେ ସ୍ଥାନୀୟ ଥାନା ଅଞ୍ଚଳ ର ସରପଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି | ଏହି ସଚେତନତା ର ମୁଖ୍ୟ ଉର୍ଦ୍ଧେଶ୍ୟ ଯେ ବିଗତ ଇଂରେଜ ଶାସନ ସମୟରେ ଯେଉଁ ସବୁ ଆଇନ ଗୁଡ଼ିକ କାର୍ଯ୍ୟକାରି ହୋଇ ଆସୁଥିଲା ସେଥି ମଧ୍ୟରୁ ପାଖ ପାଖି ୮୦ ପ୍ରତିଶତ ଆଇନ ଗୁଡିକରେ ପରିବର୍ତ୍ତନ ଅଣା ଯାଇଛି କାରଣ ଏହି ଏହାଦ୍ୱାରା ନିରପେକ୍ଷ ତଦନ୍ତ ହୋଇ ପାରିବ ଏବଂ ଅଭିଯୋଗ କାରୀ ଓ ଅପରାଧୀ ଉଭୟ ନ୍ୟାୟ ପାଇପାରିବେ ବୋଲି ଆଜିର ସଚେତନର ମୁଖ୍ୟ ଆଲୋଚନା ଓ ପର୍ଯ୍ୟାଲୋଚନା ବିଷୟ ବସ୍ତୁ ଥିଲା | ଏହି ସଚେତନତା କାର୍ଯ୍ୟକ୍ରମ ରେ ଥାନା ଦାୟିତ୍ୱ ରେ ଥିବା ଅଫିସସର ରବୀନ୍ଦ୍ର କୁମାର ହେମ୍ବ୍ରମ ସଭାପତିତ୍ବ କରିଥିବା ବେଳେ ଆଇନ ଜୀବି ମନୋଜ କୁମାର ସାମଲ, ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପ ସଭାପତି ରାମବିଶି ଦିଗାଳଏବଂ ଥାନା ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ଉପସ୍ଥିତ ଥିଲେ | ଏସ ଆଇ ଅବନୀ ପ୍ରଧାନ ଙ୍କ ସମେତ ଥାନାର ଅନ୍ୟ କର୍ମଚାରି ମାନେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *