ଟିକାବାଲି ଥାନାରେ ନୂଆ ସରକାରଙ୍କ ନୂଆ ନିୟମ ଉପରେ ସଚେତନତା

ଟିକାବାଲି ଥାନାରେ ନୂଆ ସରକାରଙ୍କ ନୂଆ ନିୟମ ଉପରେ ସଚେତନତା………………………………………..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଥାନାରେ ଥାନା ଅଧିକାରିଣୀ କଲ୍ୟାଣି ମୟୀ ସେଣ୍ଡଙ୍କ ସଭାପତିତ୍ୱ ରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ 3 ନୂଆ ଆଇନ ଲାଗୁକରିଛନ୍ତି l ରାଷ୍ଟ୍ରପତି ଙ୍କ ଅନୁମଦନ କ୍ରମେ ଗତ ଡିସେମ୍ବର 25 ତାରିଖ ରେ ଏହି 3 ଆଇନ ଭାରତ ସରକାରଙ୍କ ରାଜ ପତ୍ରରେ ପ୍ରକାଶ ପାଇଛି l ଜୁଲାଇ ପହିଲା ରୂ ଦେଶରେ ଏହି 3 ନୂଆ ଅପରାଧ ଆଇନ ଲାଗୁ ହୋଇଛି l 1860 ମସିହାରୁ ପ୍ରଚଳିତ ହୋଇ ଆସୁଥିବା ଭାରତୀୟ ଦଣ୍ଡବିଧାନ ସାକ୍ଷ୍ୟ( ଆଇପିସି )1973 ର ଅପରାଧିକ ଦଣ୍ଡ ସଂହିତା (ସିଆରପିସି) ଏବଂ1872ଭାରତୀୟ ପ୍ରମାଣ ଆଇନକୁ ପରିବର୍ତ୍ତନ କରାଯାଇଛି l ଏହି ସବୁ ସ୍ଥାନରେ ଯଥା କ୍ରମେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ )2023 ଭାରତୀୟ ନାଗରିକ ସୁରକ୍ଷା ସଂହିତା( ବିଏନଏସଏସ)ଏବଂ ଭାରତୀୟ ସାକ୍ଷ୍ୟ ଅଧିନୀୟମ 2023 (ବିଏସଏ )ଲାଗୁହୋଇଛି l ତେବେ ନୂଆ ଆଇନ ଓ ପୁରୁଣା ଆଇନ ମଧ୍ୟରେ ଅନେକ ଫରକ ରହିଛି l ପୁରୁଣା ଆଇନ ରେ ଅପରାଧୀ କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ହେଲେ ବର୍ତମାନ ନୂଆ ଆଇନ ରେ ନ୍ୟାୟ କୁ ଅଧିକ ଗୁରୁତ୍ୱ ଦିଆଯାଇଛି l ଏପରି ଏକ ଗୁରୁତ୍ୱ ପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବିଭିନ୍ନ ଗ୍ରାମପଂଚାୟତ ର ବୁଦ୍ଧି ଜୀବି ସଚେତନତା ନାଗରିକ, ସାମାଜିକ ଗଣମାଧ୍ୟମ,ଓ ଥାନା କର୍ମଚାରି ମାନଙ୍କୁ ନେଇ ନୂଆ ସରକାର ଙ୍କ ନୂଆ ଆଇନ କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ l ଏହି ସଚେତନତା କାର୍ଯ୍ୟକ୍ରମ ରେ SDPO ବିଜୟ କୁମାର ବିଶି, ଯୋଗ ଦେଇ ଉପରକ୍ତ ନୂଆ ଆଇନ ଉପରେ ବିସ୍ତୃତ ଭାବ ରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରିଥିଲେ l ଟିକାବାଲି ଗ୍ରାମପଞ୍ଚାୟତ ସରପଞ୍ଚ କୁନ୍ଦୁରୁ ମଳିକ, ପୂର୍ବତନ ସରପଞ୍ଚ କଇଁଝର ପ୍ରକାଶ କହଁର, SI ଅବନୀ ପ୍ରଧାନ, ରାଜେନ୍ଦ୍ର ହେମ୍ବ୍ରମ, ସମେତ ସମସ୍ତ କର୍ମ ଚାରି ଉପସ୍ଥିତ ଥିଲେ l ଏଣିକି ଅପରାଧ କଲେ, ଆତଙ୍କବାଦୀ ର ହାମଳା କଲେ, ହତ୍ୟାକଲେ , ଧର୍ଷଣ କଲେ ଦୋଷୀ ଙ୍କୁ କୋଠର ଦଣ୍ଡ ମିଳିବ ବୋଲି ନୂଆ ସରକାର ଙ୍କ ନୂଆ ନିଷ୍ପତ୍ତି କୁ ସାଧାରଣ ରେ ବେସ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ୱାଗତ କରିଥିବା ଦେଖିବାକୁ ମିଳୁଛି l

Leave a Reply

Your email address will not be published. Required fields are marked *