ଟିକାବାଲି ଠାରେ “ସାହିତ୍ୟ ସଂସଦ” ପରିଚାଳନା ସମିତି ଗଠନ… କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲିରେ ନୂତନ ଭାବେ ଗଢ଼ି ଉଠିଥିବା ସାହିତ୍ୟ ସଂସଦର ବୈଠକରେ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ମନୋଜ କୁମାର ଭୋଇ ବୈଠକକୁ ପରିଚାଳନା କରିଥିଲେ l ସାମ୍ପ୍ରତିକ ସମାଜରେ ସାହିତ୍ୟର ସଙ୍କଟକୁ ନେଇ ଶ୍ରୀ ଦୀନବନ୍ଧୁ ମହାନ୍ତି ଆଲୋକପାତ କରିଥିଲେ ଓ ଶ୍ରୀ ଦୀନକୃଷ୍ଣ ମହାପାତ୍ରଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ବୈଠକରେ ନୂଆ ପରିଚାଳନା ସମିତିର କର୍ମକର୍ତ୍ତାଙ୍କ ଚୟନ କରାଯାଇଥିଲା । ସର୍ଵ ସମ୍ମତି କ୍ରମେ ସଂସଦର ସଭାପତି ଭାବେ ଶ୍ରୀ ଦୀନବନ୍ଧୁ ମହାନ୍ତି , ଉପ ସଭାପତି ଭାବେ ଶ୍ରୀ ଗୁରୁ ପ୍ରସାଦ ସାହୁ , ସମ୍ପାଦକ ଭାବେ ଶ୍ରୀ ମନୋଜ କୁମାର ଭୋଇ, ସହ-ସମ୍ପାଦକ / ସମ୍ପାଦିକା ଭାବେ- ଶ୍ରୀ ଦୀନକୃଷ୍ଣ ମହାପାତ୍ର ଓ ଶ୍ରୀମତୀ ଲତାଞ୍ଜଳି ମହାନ୍ତି, କୋଷାଧକ୍ଷ ଭାବେ ଶ୍ରୀ ଶ୍ରୀକାନ୍ତ ଚୌଧୁରୀ , ସଭ୍ୟ ଭାବେ ଶ୍ରୀ ବନମାଳୀ ବେହେରା , ଶ୍ରୀ ଲଙ୍କେଶ୍ୱର କହଁର ,ଶ୍ରୀ ବ୍ରହ୍ମାନନ୍ଦ ମହାଲିକ,ସୁଶ୍ରୀ ରାନୀ ମହାରଣା ,ଶ୍ରୀ ସୁମନ୍ତ କୁମାର ସାହୁ ଙ୍କୁ ନିର୍ବାଚିତ କରା ଯାଇଥିଲା । ସଂସଦର ଉପଦେଷ୍ଟା ଭାବେ ଡ଼ଃ ଶ୍ୟାମା ପ୍ରସାଦ ମିଶ୍ର , ବ୍ରହ୍ମପୁର, ଡ଼ଃ ନଳିନୀ କୁମାର ପାଣିଗ୍ରାହୀ , ଜି ଉଦୟଗିରି, ଡ଼ଃ ଅଶୋକ କୁମାର ଷଢଙ୍ଗୀ , ଭଞ୍ଜନଗର ,ଡ଼ଃ ବିଷ୍ଣୁପ୍ରିୟା ପଣ୍ଡା , ଟିକାବାଲି , ଶ୍ରୀ ରଙ୍କନିଧି ସେଠି, ଭଞ୍ଜନଗର ଓ ଡ଼ଃ ସୁଶାନ୍ତ କୁମାର ନାୟକ , ଟିକାବାଲି ଙ୍କୁ ନିର୍ବାଚିତ କରାଯାଇଥିଲା । ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଦିଆଯାଇଥିଲା । ସର୍ଵଶେଷରେ ସଦସ୍ୟ ଶ୍ରୀ ବନମାଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Related Posts
ଗୁଡ଼ାଗାଁ ଚର୍ଚ୍ଚ ଠାରେ ପ୍ରାକ ବଡ଼ଦିନ ମହୋତ୍ସବ ବହୁ ଆଡ଼ମ୍ବର ରେ ପାଳିତ
ଗୁଡ଼ାଗାଁ ଚର୍ଚ୍ଚ ଠାରେ ପ୍ରାକ ବଡ଼ଦିନ ମହୋତ୍ସବ ବହୁ ଆଡ଼ମ୍ବର ରେ ପାଳିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ…
ଗାଡ଼ି ସହ ୧୫ କେଜି ସୁନା ଜବତ
ବାରିପଦା: ଲଜିଷ୍ଟିକ୍ ଗାଡ଼ି ସହ ୧୫ କେଜି ସୁନା ଜବତ ଏମ୍କେସି ହାଇସ୍କୁଲ ଛକ ନିକଟରୁ ଗାଡ଼ି ସହ ଧରିଲା GST ଟିମ୍କୋଲକାତାରୁ ବାରିପଦାକୁ ଆସିଥିବା ବେଳେ…
କୋରାପୁଟ ଜିଲ୍ଲାରେ ବହୁ ରୋଗୀଙ୍କ ପାଖରେ ମାରାତ୍ମକ ଏନୋଫିଲିସ ମଶା ମାରାତ୍ମକ ପିଏଫ୍ (ପ୍ଳାସମୋଡିୟମ ଫଲସିଫେରମ) ଭୂତାଣୁ ରହୁଥିବା ସୂଚନା ମିଳିଛି।
କୋରାପୁଟ ଜିଲ୍ଲାରେ ବହୁ ରୋଗୀଙ୍କ ପାଖରେ ମାରାତ୍ମକ ଏନୋଫିଲିସ ମଶା ମାରାତ୍ମକ ପିଏଫ୍ (ପ୍ଳାସମୋଡିୟମ ଫଲସିଫେରମ) ଭୂତାଣୁ ରହୁଥିବା ସୂଚନା ମିଳିଛି। ଏହି ମଶାରୁ ବ୍ୟାପୁଥିବା ମ୍ୟାଲେରିଆ…