ଟିକାବାଲି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଚୟନ ପ୍ରକ୍ରିୟା କୁ ଶୁଭାରମ୍ଭ ……………………………
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଳକ ଅନ୍ତର୍ଗତ ଗ୍ରାମପଞ୍ଚାୟତ ଟିକାବାଲି ବୁଦୁଗୁଡାରି ଠାରେ ପ୍ରଧାନମନ୍ତ୍ରୀ ଆଵାସ ଯୋଜନା (ଗ୍ରାମୀଣ) ରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ଶୁଭାରମ୍ଭ ହୋଇଯାଇଛି l ଏହି ନୂତନ ସର୍ବେ ହିତାଧିକାରୀ ଚୟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଦୀକ୍ଷିତ, ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟ ଅଧିକାରୀ ଶ୍ରୀ ସୁନୀଲ ମଲିକ,ସ୍ଥାନୀୟ ସରପଞ୍ଚ ଶ୍ରୀ କୁନ୍ଦୁରୁ ମଲିକ, ସମିତି ସଭ୍ୟ ପ୍ରମୁଖ ପ୍ରଶାସନ ଅଧିକାରୀ , ଏବଂ ଅଞ୍ଚଳର ହିତାଧିକାରୀ ଯୋଗ ଦେଇଥିଲେ l ଟିକାବାଲି ବ୍ଳକର ୧୧ଟି ଗ୍ରାମପଞ୍ଚାୟତରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଏହି ପ୍ରକ୍ରିୟା ଆଜି ସର୍ଭେର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି l ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପରିବାର କୁ ସର୍ବେ ତାଲିକାଭୁକ୍ତ କରିବା ପାଇଁ ସରକାରଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ l ବିଭାଗଗୀୟ ଅଧିକାରୀ ଏହି ତାଲିକା ରେ ପ୍ରଥମ ଥର ଆଶାୟୀ ପରିବାର ନିଜେ ନିଜର ସର୍ବେ କରିବା ସହ ପୃଥକ ଭାବରେ ବାସ କରୁଥିବା ପରିବାର ମଧ୍ୟ ସର୍ବେରେ ସାମିଲ ହୋଇପାରିବେ ବୋଲି ଜନସାଧାରଣଙ୍କୁ ଅବଗତ କରିଥିଲେ l ଏହି ସର୍ବେ ଚୟନ ରେ ଯୋଗ୍ୟ ମାନ ଦଣ୍ଡକୁ କହଳ କରାଯାଇ ଦୁଇ ଚକିଆ ଯାନ, ତିନି ଚକିଆ ଯାନ, ଓ ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାର ମଧ୍ୟ ସର୍ବେ ତାଲିକା ଭୁକ୍ତ ହୋଇପାରିବେ ବୋଲି କହିଥିଲେ l ସରକାର ଗୃହ ମଞ୍ଜୁର ପାଇଁ ପରିବାର ମାସିକ ଆୟ ୧୫୦୦୦ ଟଙ୍କା ରୁ କମ ଏବଂ ପ୍ରଧାନ୍ୟ ଦିଆଯିବ ବିଧବା ମହିଳା,,ଶାରୀରିକ ଭିନ୍ନକ୍ଷମ, ଏକାକୀ ମହିଳା, କଚାଘର ଥିବା ପରିବାର, କୁ ପ୍ରଶାସନ ପ୍ରତି ଘର ଏବଂ ଗ୍ରାମ କୁ ଯାଇ ହିତାଧିକାରୀ ଚୟନ କରିବେ ଏବଂ ଏହି ପ୍ରକ୍ରିୟା ଆଜି ଠାରୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକାବାଲି ସୂଚନା ଦେଇଛନ୍ତି l ରୋକଠୋକ କହିଛନ୍ତି , ଯେ କେହିବି ଯୋଗ୍ୟ ହିତାଧିକାରୀ କିପରି ଚୟନ ପ୍ରକ୍ରିୟା ରେ ବଞ୍ଚିତ ହେବେ ନାହିଁ ଓ ଅଯୋଗ୍ୟ ହିତାଧିକାରୀ କେହିବି ସାମିଲ ହେବେ ନାହିଁ ସେଥିପାଇଁ ପ୍ରଶାସନ ର କଡ଼ା ନଜର ରହିବ ବୋଲି ସୂଚନା ଦେଇଛନ୍ତି l ନୂତନ ସରକାର ଓ ଡବଲ ଇଞ୍ଜିନ ସରକାର ଜନସାଧାରଣଙ୍କୁ ତାଙ୍କରି ଆଶା କୁ ପୂରଣ କରିବା ପାଇଁ ପୂରଣହେବ ପକ୍କାଘରଆଶା ବିକଶିତହେବ ଆମଓଡ଼ିଶା,ବୋଲି ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି l