ଟିକାବାଲି ଠାରେ ତହସିଲ କାର୍ଯ୍ୟଳୟ ରେ ରାଜସ୍ଵ ମେଳା ଅନୁଷ୍ଠିତ

ଟିକାବାଲି ଠାରେ ତହସିଲ କାର୍ଯ୍ୟଳୟ ରେ ରାଜସ୍ଵ ମେଳା ଅନୁଷ୍ଠିତ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଟିକାବାଲି ତହସିଲ କାର୍ଯ୍ୟଳୟ ଠାରେ ତହସିଲଦାର ଶ୍ରୀମତୀ ନର୍ମଦା ନାୟକଙ୍କ ଅଧ୍ୟକ୍ଷତା ରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଥିଲା। ଏହି ରାଜସ୍ବ ମେଳା ଠାରେ ସ୍ଥାନୀୟ ତହସିଲଦାର ଅତିରିକ୍ତ ତହସିଲଦାର, ଏବଂ ବରିଷ୍ଠ କିରାଣି ଏବଂ ଟିକାବାଲି ବ୍ଳକ ର ପ୍ରତ୍ୟେକ ଛଅ ଗୋଟି ରାଜସ୍ବ ବିଭାଗ ଅଧିକାରୀ, କର୍ମଚାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ଟିକାବାଲି,ବଡ଼ିମୁଣ୍ଡା, କଇଁଝର,ପିକରଡି,ପାବୁରିଆ ଏବଂ ଗୁଟିଙ୍ଗିଆ ଆର ଆଇ ଅଧିକାରୀ ଅଞ୍ଚଳର ଜନସାଧାରଣ ଙ୍କ ସହିତ ବିଭିନ୍ନ ଜମି ସମସ୍ୟା ଉପରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କ ଆବେଦନ କରିଥିବା ଜମି ପଠା ହିତାଧିକାରୀଙ୍କୁ ନୂତନ ପଟା ଆବେଦନ କରିଥଲେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ଭାଇ ଓ ଭଉଣୀ ଯୋଗ ଦେଇ ନିଜର ଜମି ଉପରେ ଥିବା ତ୍ରୁଟି କୁ ବୁଝିବା ସହିତ ଜମି ପଠା ଯେପରି ଅଞ୍ଚଳ ର ଆବେଦନ କାରୀ ନୂତନ ପଠା ସୁବିଧା ରେ ପାଇପାରିବେ ତାହା ଉପରେ ତହସିଲଦାର ଅବଗତ କରିଥିଲେ l

Leave a Reply

Your email address will not be published. Required fields are marked *