ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟରେ ଜୁନ ମାସର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟରେ ଜୁନ ମାସର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ …

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀଙ୍କ ଅଧକ୍ଷ୍ୟତାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋନ୍ଦିନୀ ସାମଲଙ୍କ ଉପସ୍ଥିତ ରେ ଚଳିତ ଜୁନ ମାସ ର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଆଞ୍ଚଳିକସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପବିତ୍ର ସାହୁ,ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ବିଷ୍ଣୁପ୍ରସାଦ ହୋତା,ଶ୍ରୀ ରବିନାରାୟଣ ସାହୁ, , ଶ୍ରୀ ଜୟପ୍ରକାଶ ପାତ୍ର, ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଜେନା ଏବଂ ଅଫିସିଆଲ କର୍ମକର୍ତ୍ତା ମଧ୍ୟରେ ସୁଶାନ୍ତ ନାୟକ , ବିକାଶ ପ୍ରଧାନ,ଶୁଭେନ୍ଦୁ ମହାପାତ୍ର, ସୁବ୍ରତ ନାୟକ,ସୁନୀଲ ସାହୁ ଓ ନିଖିଳ ପାଣିଗ୍ରାହୀ ଉପସ୍ଥିତ ଥିଲେ l ଏହି ବୈଠକ ରେ ଡ୍ରପ ଆଉଟ ପିଲାଙ୍କୁ ଚି଼ହ୍ନଟ କରି ଶ୍ରେଣୀଭୁମୁଖୀ କରିବା , ଏଫ. ଏଲ.ଏନ କାର୍ଯ୍ୟକ୍ରମ କିପରି ସଠିକ ଭାବେ କାର୍ଯକାରୀ ହେବ ସେଥିପ୍ରତି ଯତ୍ନବାନ, ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଓ ବିଦ୍ୟIପ୍ରବେଶ ପୁସ୍ତିକା ର କାର୍ଯ୍ୟସୂଚୀ କିପରି ସଠିକ ଭାବେ ପ୍ରତି ବିଦ୍ୟାଳୟ ରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଦାୟିତ୍ୱ ନେବା ଓ “ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ମାଧ୍ୟମରେ ସମସ୍ତ ଙ୍କ ପାଇଁ ଶିକ୍ଷା ଯେପରି ସକ୍ଷମ ହୋଇପାରିବ ସେଥିନିମନ୍ତେ 15 ବର୍ଷ ରୁ ଉର୍ଦ୍ଧ ଯେଉଁ ବ୍ୟକ୍ତି ମୌଳିକ ସାକ୍ଷରତା ହାସଲ କରିନାହାନ୍ତି ପୂର୍ବରୁ ସେମାନଙ୍କ ନାମ ପଞ୍ଜିକୃତ ହୋଇଥିଲା ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇ ମୌଳିକ ସାକ୍ଷରତା ପାଇଁ ତାଲିମ ଦିଆଯିବା ପାଇଁ ସ୍ଥିର ହୋଇଅଛି l ଏହାପରେ ଯେଉଁ ଯେଉଁ ବିଦ୍ୟାଳୟ ର ୟୁସି କଲେକ୍ସନ ହୋଇନାହିଁ ସେହି ବିଦ୍ୟାଳୟ ଗୁଡ଼ିକ ଯେପରି ଶୀଘ୍ର ୟୁସି ଦେବେ ସେଥିପ୍ରତି ଦାୟିତ୍ୱବାନ ହେବା ପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଜଣେଇ ଦିଆଯିବା ପାଇଁ ଆଲୋଚନା ହୋଇଅଛି I

Leave a Reply

Your email address will not be published. Required fields are marked *