ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତା ରେ ମେ ମାସର ସମୀକ୍ଷା ବୈଠକ ଅନୁଷ୍ଠିତ

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତା ରେ ମେ ମାସର ସମୀକ୍ଷା ବୈଠକ ଅନୁଷ୍ଠିତ

କନ୍ଧମାଳ :(ରିପୋର୍ଟ କୁନା ଦିଗାଲ) ଟିକାବାଲି ବ୍ଲକ ନିକଟସ୍ଥ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀଙ୍କ ଅଧକ୍ଷତାରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ, ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋନ୍ଦିନୀ ସାମଲ ଙ୍କ ଉପସ୍ଥିତ ରେ ଚଳିତ ବର୍ଷ ର ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଅଛି l

ଏହି ବୈଠକ ରେ ଆଞ୍ଚଳିକସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ମୁରଲୀଧର ପଲେଇ,ଶ୍ରୀ ପବିତ୍ର ସାହୁ,ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ବିଷ୍ଣୁପ୍ରସାଦ ହୋତା,ଶ୍ରୀ ରବିନାରାୟଣ ସାହୁ, , ଶ୍ରୀ ଜୟପ୍ରକାଶ ପାତ୍ର, ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ଜେନା, ଶ୍ରୀମତୀ ଶୁଭସ୍ମୃତି ଦାଶ ଏବଂ ଅଫିସିଆଲ କର୍ମକର୍ତ୍ତା ମଧ୍ୟରେ ସୁଶାନ୍ତ ନାୟକ , ବିକାଶ ପ୍ରଧାନ ,ଶୁଭେନ୍ଦୁ ମହାପାତ୍ର, ସୁବ୍ରତ ନାୟକ,ସୁନୀଲ ସାହୁ ଓ ନିଖିଳ ପାଣିଗ୍ରାହୀ ଉପସ୍ଥିତ ଥିଲେ l ଏହି ବୈଠକ ରେ ଚଳିତ ବର୍ଷ ନିର୍ବାଚନ ପାଇଁ ଯେଉଁ ବିଦ୍ୟାଳୟ ଗୁଡ଼ିକ ବୁଥ୍ ହୋଇଛି ସେଗୁଡିକ ର ଯେପରି ସମସ୍ତ ଆବଶ୍ୟକୀୟ ଉପକରଣ ଉପଲବ୍ଧ ଥିବ ସେଥିପ୍ରତି ସକାଗ ରହିବାପାଇଁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ବୁଥ୍ ସ୍ତରୀୟ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି l ଏହାପରେ ରୋଷ୍ଟର ଡିଉଟି ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାଧ୍ୟମରେ ପିଲାଙ୍କୁ ଶୈକ୍ଷିକ କାର୍ଯ୍ୟକ୍ରମ ତଥା ଗୃହକାର୍ଯ୍ୟ ର ସମୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଛି l “ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ମାଧ୍ୟମରେ ସମସ୍ତ ଙ୍କ ପାଇଁ ଶିକ୍ଷା ଯେପରି ସକ୍ଷମ ହୋଇପାରିବ ସେଥିନିମନ୍ତେ 15 ବର୍ଷ ରୁ ଉର୍ଦ୍ଧ ଯେଉଁ ବ୍ୟକ୍ତି ମୌଳିକ ସାକ୍ଷରତା ହାସଲ କରିନାହିଁ ସେମାନଙ୍କ ନାମ ପଞ୍ଜିକୃତ ହୋଇଅଛି l ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇ ମୌଳିକ ସାକ୍ଷରତା ପାଇଁ ତାଲିମ ଦିଆଯିବା ପାଇଁ ସ୍ଥିର ହୋଇଅଛି l ଏହାପରେ ମୋ ସ୍କୁଲ ପୋର୍ଟାଲ ରେ ପ୍ରତ୍ୟେକ ବିଦ୍ୟାଳୟ ର ମୌଳିକ ସୂଚନା ଯେପରି ପାଞ୍ଚ ଦିନରେ ପୂରଣ କରାଯିବ ସେଥିପାଇଁ ଏମ. ଆଇ. ସି, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଅରସିସି ଙ୍କୁ ଦାୟିତ୍ୱ ଦିଆଯାଇଛି l ଏହି ବୈଠକ ରେ ପ୍ରଧାନ ଶିକ୍ଷକ ମଧ୍ୟରେ ଶ୍ରୀ ମନୋଜ ଦିଗାଳ, ଶ୍ରୀ ପ୍ରଦୀପ ମହାପାତ୍ର, ରାଜପତି ମଲ୍ଲିକ,ଫକୀର କୁମାର ପ୍ରଧାନ ଓ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *