ଟିକାବାଲି କଲେଜ ରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

ଟିକାବାଲି କଲେଜ ରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ. ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ନୋଡାଲ କଲେଜ୍ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି,ଭାରତ ସରକାରଙ୍କ ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି।କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପାଇଁ ଟିକାବାଲି ଏ, ଏମ,ସି,ଏସ ମହାବିଦ୍ୟାଳୟକୁ ନୋଡାଲ କଲେଜ ଭାବେ ଭାରତ ସରକାର ମନୋନୀତ କରିଛନ୍ତି ।ଯୁବକ,ଯୁବତୀ ମାନଙ୍କୁ ଭାରତର ବିକାଶରେ ସାମିଲ କରିବା ସେମାନଙ୍କ ନିଜ ମତ ରଖିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।୧୮ ରୁ ୨୫ ବର୍ଷର ଯୁବକ ଯୁବତୀ ମାନେ ଅନଲାଇନ ରେ ଆସନ୍ତା ୧୬ ତାରିଖ ମଧ୍ୟରେ ମାଇଁ ଭାରତ ପୋର୍ଟାଲ ରେ ନିଜ ନାମ ପଞ୍ଜିକରଣ କରି ନିଜ ବିଷୟରେ ତଥ୍ୟ ଦେବେ।ପରେ ମାଇ ଭାରତ ୟୁଥ୍ ପାର୍ଲିଆମେଣ୍ଟ ଅପ୍ସନ୍ କୁ ଯାଇ ସେମାନଙ୍କ ଦ୍ୱାରା ଏକ ମିନିଟ ଭିଡିଓ ପ୍ରସ୍ତୁତ କରି ବିକଶିତ ଭାରତ କୁ କିପରି ବୁଝିଛନ୍ତି ସେ ସମ୍ପର୍କରେ ମତ ରଖିବେ ।ଭିଡିଓ ଗୁଡ଼ିକୁ ବିଚାରକଙ୍କ ଦ୍ଵାରା ତନଖି କରି ୧୫୦ ଜଣ କୁ ମନୋନୀତ କରି ଟିକାବାଲି କଲେଜକୁ ଡକାଯିବ ।ଏକ ଦେଶ ଏକ ନିର୍ବାଚନ ଭାରତର ବିକାଶ ପାଇଁ କେଉଁ ପଥ ରହିଛି ପିଲାମାନେ ଓଡ଼ିଆ,ଇଂରାଜୀ ,ହିନ୍ଦୀ ଯେ କୌଣସି ଗୋଟିଏ ଭାଷାରେ ୩ ମିନିଟ ଭିତରେ ଅଭିମତ ରଖିବେ ।ଏଥିରୁ ବିଚାରକ ମାନେ ୧୦ ଜଣ କୁ ମନୋନୀତ କରିବେ ଏମାନେ ରାଜ୍ୟ ସ୍ତରରେ ଭାଗ ନେବେ । ସରକାରଙ୍କ ଏ ଆଭିମୁଖ୍ୟକୁ ନେଇ ନେହୂରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ଶ୍ରୀ ନଭଜିତ୍ କୁମାର ଆଲୋଚନା କରିଥିଲେ। ନୋଡାଲ ସଭ୍ୟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।ସଭ୍ୟ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ,ସତ୍ୟବାନ୍ ଦଳ ବେହେରା ,ରତନ ଦିଗାଲ ଯୋଗ ଦେଇ ମତାମତ ରଖିଥିଲେ ।

Leave a Reply

Your email address will not be published. Required fields are marked *