ଟିକାବାଲି କଲେଜ ଛାତ୍ର ଛାତ୍ରୀଙ୍କ ଦୁର୍ନୀତି ହଟାଅ ସଚେତନତା ଅଭିଯାନ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱରେ ଦୁର୍ନୀତି ହଟାଅ ଅଭିଯାନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ରାଲିମାଧ୍ୟାମରେ ଜନସଚେତନତା ସୃଷ୍ଟି କରିଥିଲେ । ଟିକାବାଲି ଅଞ୍ଚଳର ଜନସାଧାରଣଙ୍କୁ ଆଗାମୀ ଦିନରେ ସ୍ଵଛ ନିର୍ମଳ ଆତ୍ମ ବିଶ୍ୱାସ ପାଇଁ ଦୁର୍ନୀତି ହଟାଅ ଅଭିଯାନ କରାଯାଇଛି l ଦେଶରୁ ଦୁର୍ନୀତି ହଟାଇ ସ୍ବଚ୍ଛତା କିପରି ଆସିବ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ସ୍ଲୋଗାନ ଦେଇ ,କଲେଜ ରୁ ଲମ୍ବା ଧାଡ଼ି ବାହାରି ଅବଗତ କରାଇଥିଲେ ।କାର୍ଯ୍ୟକ୍ରମକୁ ଜାତୀୟସେବା ଯୋଜନାରପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ ,ଖେଳ ଶିକ୍ଷକ ସୁଶାନ୍ତ କୁମାର ଭୋଳ ପରିଚାଳନା କରିଥିଲେ ।
