ଟିକାବାଲି କଲେଜର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଅଧକ୍ଷା ଡ଼ଃ ବିଷ୍ଣୁପ୍ରିୟା ପଣ୍ଡା ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା …………………….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟରେ ଯୋଗଦେଇ ଥିବା ନୂତନ ଭାବରେ ଅଧ୍ୟକ୍ଷା ଡ଼ଃ ବିଷ୍ଣୁପ୍ରିୟା ପଣ୍ଡାଙ୍କୁ ଟିକାବାଲି ସାମ୍ବାଦିକ ସଂଘ ସମେତ କଲେଜ ଛାତ୍ର ଛାତ୍ରୀ ତରଫରୁ ପୁଷ୍ପଗୁଛ ଅର୍ପଣ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଅଛି l ସୂଚନା ପ୍ରକାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ କଲେଜକୁ ବଦଳି ପରେ ଟିକାବାଲି କଲେଜ ରେ ପୂର୍ବରୁ ଅଧ୍ୟାପିକା ଭାବରେ ଥିବା ଡ଼ଃ ବିଷ୍ନୁପ୍ରିୟା ପଣ୍ଡା ୧୯୮୯ ମସିହାରେ ଉକ୍ତ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଓଡ଼ିଆ ଅଧ୍ୟାପିକା ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ବେଶ ପ୍ରଶଂସା ଅର୍ଜନ କରିଥିଲେ l ବର୍ତମାନ ଟିକାବାଲି କଲେଜରେ ଅଧ୍ୟକ୍ଷା ଭାବରେ ଯୋଗ ଦେଇଥିବାରୁ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଖୁସି ଥିବା ଦେଖିବାକୁ ମିଳିଛି l କଲେଜ ପାଇଁ କଣ ଆପଣ ନୂଆ କରିବାକୁ ବା ଶିକ୍ଷା ଉପରେ ମତ ଦେବା କୁ ଯାଇ କହିଥିଲେ ପ୍ରଥମେ ମହାବିଦ୍ୟାଳୟ ଶିକ୍ଷାର ଉର୍ନ୍ନତି ଏବଂ ବିକାଶ ଉପରେ ଗୁରୁତ୍ୱ ଦେବି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ l ସମୟ କ୍ରମେ ତାଙ୍କର କାର୍ଯ୍ୟ ଧକ୍ଷତା କୁ ଅବଲମ୍ବନ କଲେ ଅଧ୍ୟାପିକା ରୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ଈଶ୍ୱର ଆଶୀର୍ବାଦ କରିଛନ୍ତି l ଡ଼ଃ ପଣ୍ଡା ମହାଶୟା ହିଞ୍ଜିଳି କାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ରେ ଅଧକ୍ଷା ଭାବରେ 2014 ଠାରୁ 2024 ପର୍ଯ୍ୟନ୍ତ ଦାୟିତ୍ୱ ଭାର ଗ୍ରହଣ କରିବାକୁ ସୁଯୋଗ ପାଇଲେ l ଡ଼ଃ ପଣ୍ଡା ଅତି ସୁନ୍ଦର ଏବଂ ସଫଳତା ର ସହ କାର୍ଯ୍ୟ ତୁଲେଇ ପ୍ରଶଂସା ଅର୍ଜନ କରିଥିବା ଜଣାଯାଇଛି l ସେହିପରି କର୍ତଵ୍ୟନିଷ୍ଟl ଅଧକ୍ଷା ଡ଼ଃ . ପଣ୍ଡାଙ୍କୁ ପୁଣି ଥରେ ଏହି କଲେଜ ରେ ପାଇ ନିଜକୁ ଧନ୍ୟ ମନେ କରିଛି ଏ ଅଞ୍ଚଳ l ଯାହାକି ବୁଦ୍ଧିଜୀବୀଙ୍କ ଆଲୋଚନା ରୁ ସ୍ପଷ୍ଟ ବାରିହେଉଛି l