ଟିକାବାଲି କଲେଜରେ ୭୫ତମ ବନ ମହୋତ୍ସବ ପାଳନ

ଟିକାବାଲି କଲେଜରେ ୭୫ତମ ବନ ମହୋତ୍ସବ ପାଳନ….

କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଏବଂ ୟୁଥ୍ ରେଡ କ୍ରସର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ବିଷ୍ଣୁପ୍ରିୟା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ୭୫ତମ ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଜ୍ଞାନରଞ୍ଜନ ଭୋଇ, ଚମ୍ପା ସୋରେନ୍ ଓ ୟୁଥ୍ ରେଡ କ୍ରସ ଅଧିକାରୀ ରତନ କୁମାର ଦିଗାଲ ପରିଚାଳନା କରିଥିଲେ। ଏଥିରେ ଟିକାବାଲି ବନାଞ୍ଚଳ ଅଧିକାରୀ ଶ୍ରୀଧର ସାହୁ ଓ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ବୃକ୍ଷ ହିଁ ଜୀବନ ଆମ ଜୀବନ କୁ ସୁସ୍ଥ ସୁନ୍ଦର ପାଇଁ ବୃକ୍ଷ ରୋପଣ ହିଁ ଏକ ମାତ୍ର ଲକ୍ଷ l ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଅନେକ କିସମର ବୃକ୍ଷରୋପଣ କରାଯାଇଥିଲା। ଅଧ୍ୟାପକ ସୁଶାନ୍ତ କୁମାର ଭୋଳ, ମନୋଜ ଭୋଇ, ଅଧ୍ୟାପିକା ନିବେଦିତା ଭୋଇ, ସଙ୍ଘମିତ୍ରା ଦାସଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *